ବଲାଙ୍ଗୀର, ୦୨/୦୫/୨୦୨୬ (ଓଡ଼ିଶା ସମାଚାର)- ବୁଧବାର ସନ୍ଧ୍ୟାରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲା ଜିଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଶୁକ୍ରବାର ସନ୍ଧ୍ୟାରେ ପୁଣି କଳାହାଣ୍ଡିରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।
ଆଜି ଶନିବାର ଭୋର ସକାଳେ ବଲାଙ୍ଗୀର ଜିଲାରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୋର ପ୍ରାୟ ୪ଟା ୪୦ ମିନିଟ ସମୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବାରୁ ଲୋକେ ଭୟଭୀତ ହୋଇଛନ୍ତି। କୌଣସି କ୍ଷୟକ୍ଷତି ସମ୍ପର୍କରେ ଜଣାପଡି ନାହିଁ।ଲଗାତର ଭୂମିକମ୍ପ ଅନୁଭୂତ ହେଉଥିବାରୁ ଲୋକେ ଭୟଭିତ ହେଉଛନ୍ତି ।
