ସାଉଥ୍ କୋଷ୍ଟ ରେଲୱେ ଯୋଗୁ ଓଡିଶାର କିଛି ହରାଇବାର ନାହିଁ

ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ପଲାସା-ଇଛାପୁରମ୍ ରୁଟ୍‌ର ୭ଟି ଷ୍ଟେସନ ରହିଛି, ଓଡିଶାର କିଛି କ୍ଷତି ନାହିଁ

ୱାଲଟିୟର ଡିଭିଜନ୍‌ର ୬୯୬ କିଲୋମିଟର ରୁଟ୍‌ ରାୟଗଡା ଡିଭିଜନ ଅଧିନରେ ରହିବ

ଏଭଳି ପ୍ରଚାର ତଥ୍ୟ ବିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ

ଭୁବନେଶ୍ୱର, ୦୬/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନୂଆ କରି ସୃଷ୍ଟି ହୋଇଥିବା ସାଉଥ କୋଷ୍ଟ ରେଲୱେ ଯୋଗୁ ଓଡିଶାର ଅନେକ କ୍ଷତି ହେଉଛି ବୋଲି ବିଭିନ୍ନ ମାଧ୍ୟମରେ ପ୍ରଚାର କରାଯାଉଛି। କିନ୍ତୁ, ଏଭଳି ତଥ୍ୟ ଭ୍ରମାତ୍ମକ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

ସୂଚନା ଯୋଗ୍ୟ ଯେ, ନୂଆକରି ସୃଷ୍ଟି ହୋଇଥିବା ସାଉଥକୋଷ୍ଟ ରେଲୱେର ବିଶାଖାପାଟଣା ଡିଭିଜନରେ ପଲାସାରୁ ଇଛାପୁରମ୍ ପର୍ଯ୍ୟନ୍ତ ୫୩ କିଲୋମିଟର ରୁଟ୍‌ର ୭ଟି ଯାକ ଷ୍ଟେସନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ରହିଛି। ଏହି ଷ୍ଟେସନ ଗୁଡିକ ହେଉଛି ପଲାସା, ସୁମାଦେବୀ, ମଣ୍ଡାସା ରୋଡ୍, ବାରୁଭା, ସୋମପେଟା, ଝାଡୁପୁଡି ଏବଂ ଇଛାପୁରମ୍। ତେଣୁ, ଏହାଦ୍ବାରା ଓଡିଶାର କୌଣସି ଅଞ୍ଚଳ ଆନ୍ଧ୍ରକୁ ଯାଉନାହିଁ। ତେଣୁ, ଓଡିଶାର କ୍ଷତି ହେଉଥିବା ପ୍ରଚାର ତଥ୍ୟଗତ ଦୃଷ୍ଟିରୁ ଭ୍ରମାତ୍ମକ। ଏଭଳି ପ୍ରଚାର ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଜଣାଯାଉଛି।

କୋରାପୁଟ୍-ସିଂଗାପୁର ରୋଡ, କୋଟାଭଲାସା-କିରାଣ୍ଡୁଲୁ, କୁନେରୁ-ଥେରୁବାଲି ଏବଂ ଗୁଣୁପୁର-ପାରଳାଖେମୁଣ୍ଡି ସେକ୍ସନର ୬୯୬ କିଲୋମିଟର  ଇଷ୍ଟକୋଷ୍ଟ ରେଲୱେ ଅଧୀନରେ ଥିବା ନୂଆ ରାୟଗଡା ଡିଭିଜନ ଅଧୀନରେ ରହିବ।

ତେଣୁ କୌଣସି ପରିସ୍ଥିତିରେ ଓଡିଶାର କୌଣସି ଅଞ୍ଚଳ ଆନ୍ଧ୍ରପ୍ରଦେଶ ଅଧୀନକୁ ଯାଉନାହିଁ। ଏଭଳି ସନ୍ଦେହ ଅମୂଳକ ଏବଂ ଏଭଳି ଭ୍ରମାତ୍ମକ ତଥ୍ୟ ପ୍ରଦାନ କରି ଜନସାଧାରଣଙ୍କୁ ବିଭ୍ରାନ୍ତ ନ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *