ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୪ /୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ଵର ସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ବଳରାମ ସମ୍ମିଳନୀ କକ୍ଷଠାରେ ଆଜି  ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କୁ ବିଭାଗ ପକ୍ଷରୁ  ବିଦାୟକାଳୀନ  ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନୂତନ ଭାବେ  ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗର ସଚିବ ତଥା କମିଶନର ଭାବରେ ଦାୟିତ୍ତ୍ୱ ଗ୍ରହଣ କରିଥିବା ଶ୍ରୀ ଗିରୀଶ ଏସଏନଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏକ ବୈଠକରେ ଶ୍ରୀ ଲୋହାନୀଙ୍କୁ ଏହି  ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ବିଭାଗର ଅଧିକାରୀ ମାନେ ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ  ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ କାର୍ଯ୍ୟକାଳର ବିଭିନ୍ନ ସ୍ମରଣୀୟ ଦିଗ ବିଷୟରେ ଆଲୋଚନାକରି ତାଙ୍କ ପ୍ରଶାସନିକ ନେତୃତ୍ଵର ଭୂୟୟି ପ୍ରଶଂସା କରିଥିଲେ । ଶ୍ରୀ ଲୋହାନୀ ଯେଭଳି ଭାବରେ ବିଭାଗକୁ ଲୋକଭିମୁଖୀ କରି ପଞ୍ଚୟତିରାଜ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ କାର୍ଯ୍ୟ କରିଥିଲେ ସେଥିପାଇଁ ବିଭାଗ ପକ୍ଷରୁ ତାଙ୍କୁ ସ୍ମୃତିଫଳକ ସହ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଉକ୍ତ ବିଦାୟୀ ସଭାକୁ ସମ୍ବୋଧିତ କରି ଶ୍ରୀ ଲୋହାନୀ ଲୋକଙ୍କ ସମସ୍ୟା ସମାଧାନକୁ କେନ୍ଦ୍ରରେ ରଖି ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରେରିତ କରିବାସହ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।   ଏହି ଅବସରରେ ଶ୍ରୀ ଭିନିତ ଭାରଦ୍ଵାଜ, ନିର୍ଦ୍ଦେଶକ, ପାନୀୟଜଳ, ଶ୍ରୀ ଜ୍ୟୋତିରଞ୍ଜନ ଦାସ, ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ, ଡ଼ ମହେଶ୍ୱର ସ୍ଵାଇଁ, ନିର୍ଦ୍ଦେଶକ, ପଞ୍ଚାୟତିରାଜ, ସ୍ଵତନ୍ତ୍ର ସଚିବ ଶ୍ରୀମତୀ ସ୍ଵୟଂପ୍ରଭା ମହାନ୍ତି ଓ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ସୂଚନା ଯୋଗ୍ୟଯେ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ଲୋହାନୀ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟରେ ଅତିରିକ୍ତ ଶାସନ ସଚିବ ରୂପେ ଯୋଗ ଦେବେ ।

Leave a Reply

Your email address will not be published. Required fields are marked *