କଟକରେ ମହମ୍ମଦ ମୋକିମଙ୍କ ସହିତ ରାଜ୍ୟସଭା ସାଂସଦ ଦିଲ୍ଲିପ ରାୟଙ୍କ ଭେଟଘାଟ

କଟକ ସଦର,୨୭/୦୪/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ସ୍ୱାଧିନ ଭାବେ ରାଜ୍ୟସଭା ସାଂସଦ  ଜିତିବାର ଏକମାସ ପରେ ଆଜି ସୋମବାର ଦିନ ପ୍ରଥମ ଥର ପାଇଁ ଚର୍ଚ୍ଚିତ ନେତା ଦିଲ୍ଲିପ ରାୟ କଟକ ଆସି ‘ଓଡିଶା ଜନତା କଂଗ୍ରେସ’ ଦଳର ପ୍ରତିଷ୍ଠାତା ସଭାପତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଓ ତାଙ୍କ ଝିଅ ବିଧାୟିକା ସୋଫିଆ ଫିରଦୋସ ଙ୍କୁ  ସୈ।ଜନମୂଳକ ସାକ୍ଷାତ କରି ସେମାନଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ମୋକିମ ଭାଇ ହେଉଛନ୍ତି ମୋର ପୁରୁଣା ରାଜନୈତିକ ବନ୍ଧୁ, ତେଣୁ ତାଙ୍କ ଝିଅ ମୋତେ ଭୋଟ ଦେଇଛନ୍ତି। ଏଥିରେ କିଛି ରାଜନୀତିକରଣ ନାହିଁ ବୋଲି ଦିଲିପ କହିଛନ୍ତି। ଆଜିର ଏହି ଭେଟଘାଟ କୁ ନେଇ ସବୁ ରାଜନୈତିକ ଶିବିରରେ କମ୍ପନ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *