କଟକ, ୧୧/୦୬/୨୦୨୬ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଆଜି ସନ୍ଧ୍ୟା ରେ କଟକ ମହାନଦୀ ବିହାର ସ୍ଥିତ ମୁନ୍ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଳ୍ପକେ ବର୍ତି ଯାଇଛନ୍ତି ରୋଗୀ । ଆଇସିୟୁ ବାହାର ପାନେଲ ବୋର୍ଡ଼ ରେ ଅଗ୍ନିକାଣ୍ଡ ଯୋଗୁଁ ନିଆଁ ଲାଗିଯାଇଥିଲା।
ଇଲେକ୍ଟ୍ରିକ୍ ପ୍ୟାନେଲ୍ ବୋର୍ଡରୁ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିାବା କହିଛନ୍ତି ଅଗ୍ନିଶମ ଅଧିକାରୀ। ଖବରପାଇ ଚଉଳିଆଗଞ୍ଜ ଥାନା ଓ କଟକ ଫାୟାର ଷ୍ଟେସନର ଅଗ୍ନିଶମ କର୍ମୀଙ୍କ ତତ୍କାଳ କାର୍ୟ୍ୟାନୁଷ୍ଠାନ ଯୋଗୁଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥଥିଲା ନିଆଁ।
ତେବେ ଧୂଆଁ ବାହାର କରିବା ପାଇଁ ସ୍ପେଶାଲ୍ ‘ସ୍ପୋକ୍ ଏକଜଷ୍ଟର’ ମେସିନ୍ ବ୍ୟବହାର କରିଥିଲା ଅଗ୍ନିଶମ ବାହିନୀ। ସୁରକ୍ଷା ଦୃଷ୍ଟିରୁ ସମସ୍ତ ରୋଗୀଙ୍କୁ ପ୍ରଥମ ମହଲାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସିତ ହେଉଥିଙବା ସମସ୍ତ ରୋଗୀ ସୁରକ୍ଷିତ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।
