କଟକ ସଦର, ୧୮/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମନ୍ଦିରରେ ପରମ୍ପରା ଓ ଲୋକାଚାର ଅନୁଯାୟୀ ଆଜି ଗୁରୁବାର ଦିନ ଶୀତଳଷଷ୍ଠୀ ନୀତି କାନ୍ତି ଓ ଦେଵ ଵିଵାହ କାର୍ଯ୍ୟକ୍ରମ ଯଥାବିଧି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗତକାଲି ମଙ୍ଗଳପାକ କରାଯାଇଥିଲା ବେଳେ ଆଜି କଳସ ଯାତ୍ରା ସହିତ ଶିଵ ଵିଵାହ ଅନୁଷ୍ଠିତ ହୋଇଥିଲା।

ଏଥିରେ କନ୍ୟା ପିତା ବିରେନ୍ କୁମାର ଦାଶ ଵର ପିତା ସୁଭାଶିଷ ପଣ୍ଡା ଙ୍କୁ କନ୍ୟାଦାନ କରିଥିଲେ। ଉକ୍ତ ଦେଵ ଵିଵାହ ଦେଖିବାକୁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ସମାଗମ ହୋଇଥିଲା। ଆସନ୍ତା ଶନିବାର ସନ୍ଧ୍ୟାରେ ମନ୍ଦିରକୁ ବର କନ୍ୟାଙ୍କ ବାହୁଡ଼ା ବିଜେ ଅନୁଷ୍ଠିତ ହେବା ସହିତ ପ୍ରସାଦ ସେବନର ବ୍ୟବସ୍ଥା ରହିଛି ବୋଲି ମନ୍ଦିର କମିଟି ପକ୍ଷରୁ ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜଗନ୍ନାଥ ପଣ୍ଡା, ସନ୍ତୋଷ କୁମାର ରଥ, ସୁରେଶ ଚନ୍ଦ୍ର ସାହୁ,ଶରତ ରଥ, ପବିତ୍ର ମିଶ୍ର, ଲକ୍ଷ୍ମୀଧର ରାଉତ ଙ୍କ ସମେତ ସେବାୟତ,ପୂଜକ ଓ ଶ୍ରଦ୍ଧାଳୁମାନେ ସହାୟତା କରିଥିଲେ।
