କଟକ ଓ ଜଗତସିଂହପୁର ଜିଲ୍ଲାର ଜୀବନରେଖା: ବଡ଼ ନାଳ ଶୁଖିଲା ପଡ଼ିଛି, ଜନଜୀବନ ଦୁର୍ବିସହ 

କଟକ ସଦର, ୨୭/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଲୋକମାନଙ୍କର ପାନୀୟ ଜଳ ସମସ୍ୟା,ଡଙ୍ଗା ସାହାଯ୍ୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ଓ ଚାଷ  ପାଣି ଯୋଗାଣ ପାଇଁ ନ ଅଙ୍କ ସମୟରେ ଖୋଳାଯାଇଥିବା କଟକ ଓ ଜଗତସିଂହପୁର ଜିଲ୍ଲାର ଜୀବନରେଖା କୁହାଯାଉଥିବା ବଡ଼ ନାଳ(ତାଳଦଣ୍ଡା) କେନାଲ ବର୍ଷକୁ ଛଅମାସ ଶୁଖିଲା ପଡୁଛି। କେବଳ ବର୍ଷା ଦିନେ କେନାଲରେ ପାଣି ଛଡାଯାଉଥିବା ଜଣାପଡିଛି।

ଯାହା ଫଳରେ ଖରାଦିନେ ପାଣି ପାଇଁ ସାଧାରଣ ଜୀବନଯାତ୍ରା ଦୁର୍ବିସହ ହେଉଥିବା ବେଳେ କେନାଲ ରେ ଛଡ଼ା ଯାଉଥିବା କଟକ ସହରର ଆବର୍ଜନା ନର୍ଦ୍ଦମା ପାଣି ପାଇଁ ଗୃହପାଳିତ ପଶୁମାନେ ରୋଗରେ ପୀଡିତ ହୋଇ ଡହଳବିକଳ ହେଉଥିବା ଅଭିଯୋଗ ହେଉଛି। ସେଥିରେ ଜଳ ସମସ୍ୟା ର ସୁଧାର କରଣ ପାଇଁ ମହାନଦୀ ର ଆୟତପୁର ଠାରୁ ଵାଙ୍କଳ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ବ୍ୟୟରେ ମୃତ ପାଇକା ନଦୀ ଭିତରେ କେନାଲ ଖୋଳାଯାଇଥିବା ବେଳେ ତାହା ମଧ୍ୟ ଯଥା ପୂର୍ବଂ ତଥା..ପରି ଶୁଖିଲା ପଡ଼ିଛି।

ଏହା କେଉଁ ସ୍ୱାର୍ଥରେ ଅଥବା କାହା ସ୍ୱାର୍ଥରେ ଖୋଳା ଯାଇଥିଲା ତାକୁ ନେଇ ସାଧାରଣରେ ଏଵେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁଥିପାଇଁ ଗ୍ରାମାଞ୍ଚଳରେ ଜଳସ୍ତର ହ୍ରାସ ପାଇବା ସହିତ ଗାଡିଆ ପୋଖରୀ ସଵୁ ଶୁଖିଵାକୁ ବସିଲାଣି।ପାଣି ସମସ୍ୟା ଉତ୍କଟ ହେଵା ପୂର୍ବରୁ ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ସବୁ ମହଲରୁ ଦାବି ‌ହେଉଛି।

Leave a Reply

Your email address will not be published. Required fields are marked *