ଯାଜପୁର,୦୩/୦୨/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଆଜି ୩ ତାରିଖ ଠାରୁ ଆସନ୍ତା ପେଂବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଓଡିଆ ଭାଷାକୁ ବିଶ୍ୱ ଦରବାରରେ ପହଂଚାଇବା ଉଦ୍ଧେଶ୍ୟରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ସନୁଷ୍ଠିତ ହେଉଅଛି । ଏହି ଉପଲକ୍ଷେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ମତେ ଯାଜପୁର ଜିଲା ପ୍ରଶାସନ ଓ ଯାଜପୁର ପୌର ପରିଷଦ ମିଳିତ ଆନୁକୃୂଲ୍ୟରେ ଯାଜପୁର ପୌର ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଂଚଳିକ ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ”କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯାଜପୁର ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲ୍ଳିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ୱର୍ଦ୍ଧନା କମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଡା. ଶୁଭଙ୍କର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ, ରାଜସ୍ୱ, ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବାହ୍ନ ଠିକ୍ ୧୧ ଘଟିକା ସମୟରେ ରାଜ୍ୟ ସରକାରଙ୍କ ପ୍ରଦତ ଆଂଚଳିକ ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ”କୁ ଜିଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ନିକ୍ଷେପକ ଶ୍ରୀ ଶାନ୍ତନୁ କୁମାର ସାହୁ ଡାକବାଜି ଯନ୍ତ୍ର ଦ୍ୱାରା ପରିବେଷଣ ପୂର୍ବକ ସମସ୍ତେ ଦଣ୍ଡାୟମାନ ସମ୍ମାନ ପ୍ରଦର୍ଶନ କରିଥିଲେ । ଯାଜପୁର ପୌର ପରିଷଦ ଆନୁକୂଲ୍ୟରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ ସଚେତନତା ରଥକୁ ଜିଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଆଜିର ଏହି ପବିତ୍ର ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ପୌର ପରିଷଦର ସମସ୍ତ ପାରିଷଦ ବୃନ୍ଦ, ଜିଲା କାର୍ଯ୍ୟାଳୟ ଓ ପୌର ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ, ଜିଲା ସ୍କୁଲର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ/ଶିକ୍ଷୟତ୍ରୀ, ମିଶନ ଶକ୍ତିର କର୍ମକର୍ତା ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ ।
ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ ପାଳନ ଉପଲକ୍ଷେ ରାଜ୍ୟ ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ”କୁ ଭବ୍ୟ ସମ୍ୱର୍ଦ୍ଧନା ।
