ଯାଜପୁର, ୦୩/୦୨/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ସୂଚନା ଓ ଲୋକ ସଂପର୍କ ନୋଡାଲ ବିଭାଗ ପ୍ରୋତ୍ସାହନ, ଜିଲା ପ୍ରଶାସନ ଏବଂ ଜିଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ଅନ୍ ଲାଇନ୍ ସୂଚନା ଅଧିକାର ଅଧିନିୟମ ୨୦୦୫, ୪(୧)(ଖ) ପ୍ରଶିକ୍ଷଣ କର୍ମଶାଳା ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ପୌରହିତ୍ୟରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଡେପୁଟୀ କଲେକ୍ଟର ତଥା ଜିଲାପାଳଙ୍କ କାର୍ଯ୍ୟାଳୟ ଜନ ସୂଚନା ଅଧିକାରୀ ଶ୍ରୀ ରଶ୍ମି ରଂଜନ ମଲ୍ଳିକ, ସମ୍ମାନିତ ଅତିଥି ଭାବେ ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଜିଲା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସଂଯୁକ୍ତା ଘଡାଇ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମା’ ବିରଜାଙ୍କ ପଂଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରି କର୍ମଶାଳାକୁ ଉଦଘାଟନ କରିଥିଲେ । ପରେ ଡାକବାଜୀ ଯନ୍ତ୍ର ଦ୍ୱାରା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରଦତ ଆଂଚଳିକ ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ନିକ୍ଷେପକ ଶ୍ରୀ ଶାନ୍ତନୁ କୁମାର ସାହୁ ଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।
ଏହା ପରେ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଧେଶାଳୟ ତରପଂରୁ ସୂଚନା ଅଧିକାର ଅଧିନିୟମ-୨୦୦୫ ବିଷୟ ବିଷାରଦ ଶ୍ରୀଯୁକ୍ତ ହର୍ଷ ପରିଛା (ଲୁମିନସ୍ ଇନ୍ପୋଂସେଜ) ଙ୍କ ଦ୍ୱାରା ବିସ୍ତୃତ ଭାବେ ଅନ୍ ଲାଇନ୍ ପ୍ଳାଟପଂର୍ମରେ ୪(୧)(ଖ) ନିଧାର୍ଯ୍ୟ ପ୍ରତ୍ୟେକ କାର୍ଯ୍ୟାଳୟର ୧୭ ଗୋଟି (ସୋ ମୋଟୋ) ସୂଚନା ଆରଟିଆଇ ପୋର୍ଟାଲରେ ପ୍ରଦର୍ଶନ ନିମନ୍ତେ ପ୍ରଥମ ଆପିଲେଟ ଅଥରିଟି ଓ ପିଆଇଓ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପରେ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀ ମାନଙ୍କର ସୂଚନା ଅପଲୋଡ କରିବା ସମସ୍ୟା ର ସରଳ ସମାଧାନ ଉପରେ ଶ୍ରୀ ପରିଛା ତାଲିମ ଦେଇଥିଲେ ।
ଆଜିର ଏହି କର୍ମଶାଳାର ସମସ୍ତ କାର୍ଯ୍ୟକ୍ରମକୁ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ସଂଚାଳନ କରିଥିବା ବେଳେ କାର୍ଯ୍ୟାଳୟ ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ନିତ୍ୟାନନ୍ଦ ନାୟକ, କନିଷ୍ଠ ଭଣ୍ଡାର ରକ୍ଷକ ଶ୍ରୀ ସତ୍ୟଜିତ୍ ନାୟକ ଏବଂ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । କର୍ମଶାଳାରେ ଜିଲାର ବିଭିନ୍ନ ବିଭାଗର ପ୍ରଥମ ଆପିଲେଟ ଅଥରିଟି ଓ ପି.ଆଇ.ଓ. ମାନେ ଯୋଗ ଦେଇଥିଲେ ।