ମା’ବାସନ୍ତୀଙ୍କ ପୀଠରେ ଦୁର୍ଗାପୂଜା ଅନୁଷ୍ଠିତ

କେନ୍ଦ୍ରାପଡ଼ା,୦୯/୧୦/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଜଗନ୍ନାଥପୁର-ପାରାଚକସ୍ଥିତ ମା’ବାସନ୍ତୀଙ୍କ ପୀଠରେ ଷୋଡଶ ଉପଚାରରେ ମା’ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି ।

ଏହି ଉପଲକ୍ଷେ ମା’ବାସନ୍ତୀଙ୍କ ପୀଠରେ କଳସ ସ୍ଥାପନ, ଘଟ ନିମର୍ଜନ, ଜଳାଭିଷେକ, ମହାସ୍ନାନ ପ୍ରଭୃତି କରାଯାଇ ମା ଦୁର୍ଗାଙ୍କ ପୂଜା ରୀତିନୀତି ଅନୁଯାଇ କରାଯାଇଥିଲା । ଏଥିସହିତ ଘୃତଯଜ୍ଞ, ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ପୂର୍ଣ୍ଣ ଆଳତି କରାଯାଇ ମା’ଦୁର୍ଗାଙ୍କ ଘଟକୁ ବିସର୍ଜ୍ଜନ କରାଯାଇଥିଲା । ପୂଜା କମିଟି ସଭାପତି ଦୀପକରଞ୍ଜନ ସ୍ୱାଇଁ, ସମ୍ପାଦକ କୈଳାସ ଚନ୍ଦ୍ର ନାୟକ,ଉପଦେଷ୍ଟା ନିଲମଣୀ ସ୍ୱାଇଁ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *