ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଓ ପୂଜ୍ୟପୂଜା ସମ୍ମାନ ସମାରୋହ

କେନ୍ଦ୍ରାପଡ଼ା, ୧୯/୦୪/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସୁପୁର ସ୍ଥିତ ମା’ ବାସନ୍ତୀ ଦୁର୍ଗା ପୂଜା ମଣ୍ଡପ ପ୍ରାଙ୍ଗଣରେ ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ତଥା ସେବା ଅନୁଷ୍ଠାନ “ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ୪୫ତମ ବାର୍ଷିକ ଉତ୍ସବ ତଥା ପୂଜ୍ୟପୂଜା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରି ସଭାର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାରେ ଅଧ୍ୟାପକ ଅଜୟ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଟ୍ରଷ୍ଟର ସମସ୍ତ ସାମାଜିକ ଓ ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ସମାଜସେବୀ ଭଗବାନ ବିଶ୍ୱାଳ ଯୋଗଦେଇ ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ସାମାଜିକ ଓ ସେବା କାର୍ଯ୍ୟର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋକପାତ କରି କେନ୍ଦ୍ରାପଡା ଜିଲାକୁ ଏକ ଅଗ୍ରଣୀ ଜିଲା ଭାବେ ଗଢି ତୋଳିବାକୁ ବଜ୍ର ଶପଥ ନେଇ ଥିଲେ ଏବଂ ଗ୍ରାମର ସମସ୍ତ ଝିଅ ଓ ବିବାହିତା ଝିଆଣି ମାନଙ୍କୁ ଏକାଠି କରାଯାଇ ଭଉଣୀଚାରାର ଉତ୍ସବ ପାଳନ କରାଯାଇଥିଲା । ପ୍ରତିବର୍ଷ ଭଳି ଟ୍ରଷ୍ଟ ଦିବ୍ୟାଙ୍ଗ ମାନଙ୍କ ନିରନ୍ତର ସେବା ନିମନ୍ତେ କେନ୍ଦ୍ରାପଡାର ଅଗ୍ରଣୀ ସେବା ଅନୁଷ୍ଠାନ ପୁର୍ନବାସକୁ ‘କେନ୍ଦ୍ରାପଡା ରତ୍ନ’ ସମ୍ମାନରେ ସମ୍ମାନିତ କରିବା ସହିତ ମାନପତ୍ର, ଟ୍ରଫି, ଏବଂ ଦଶହଜାର ଟଙ୍କାର ଆର୍ଥôକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ‘କେନ୍ଦ୍ରାପଡା ବରପୁତ୍ର’ ସମ୍ମାନ ବିଶିଷ୍ଟ ଆଇନଜିବୀ ବିଚିତ୍ରାନନ୍ଦ ମହାନ୍ତି ଓ ସଙ୍ଗୀତ ନିର୍ଦ୍ଧେଶକ ପ୍ରେମ ଆନନ୍ଦଙ୍କୁ ପ୍ରଦାନ କରାଯାଇଥିଲା । “କେନ୍ଦ୍ରାପଡା ଗୌରବ’ ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଏବଂ ଗବେଶକ ଡ. ନିଳମଣୀ ଲେଙ୍କା, ବିଶିଷ୍ଟ କବି ତଥା ଶିକ୍ଷାବିତ ଡ. ଆଲୋକ କୁମାର ରାୟ, ପ୍ରଦାର୍ଥ ବିଜ୍ଞାନ ଗବେଷକ ପ୍ରାଧ୍ୟାପକ ଡ଼. ପ୍ରଭାତ ରଞ୍ଜନ ଲେଙ୍କା, କବୟତ୍ରୀ ତୁହିନା ମିଶ୍ର, ସମାଜ ସେବା ଓ ମହିଳା ସଶକ୍ତିକରଣ ନିମନ୍ତେ ଉପମା କୁମାରୀ ବିଶ୍ୱାଳ, ସାମ୍ବାଦିକତା କ୍ଷେତ୍ରରେ ପରେଶ ଚନ୍ଦ୍ର ଦାସ, କ୍ରୀଡାବିତ ଏବଂ ଯୋଗ ଗୁରୁ ଭରତ କୁମାର ସାହୁଙ୍କୁ ଉପଢୌକନ, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ସୁରେଶ ଚନ୍ଦ୍ର ଦାସଙ୍କୁ “କେନ୍ଦ୍ରାପଡା ଶିଳ୍ପିକଳା’ ସମ୍ମାନ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ରାଜନେତା ଏବଂ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଭଗବାନ ବିଶ୍ୱାଳଙ୍କ ମାନବବାଦୀ ଚିନ୍ତାଧାରାକୁ ଶତ ପ୍ରଶଂସା କରି ଟ୍ରଷ୍ଟର ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାନ ବିଶ୍ୱାଳ, ଦୀପ୍ତି ରଞ୍ଜନ ବିଶ୍ୱାଳ, ବୈଲୋଚନ ବିଶ୍ୱାଳ, ପ୍ରମୋଦ ବିଶ୍ୱାଳ ଏବଂ ଅଶୋକ ବିଶ୍ୱାଳ ପ୍ରଭୃତି ସହଯୋଗ କରିଥିଲେ । ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ସଭ୍ୟ କେଶବ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଟ୍ରଷ୍ଟର ସଂଯୋଜକ ଅଧ୍ୟାପକ ଡକ୍ଟର ହିମାଂଶୁ ପରିଡା ସଭାକୁ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *