ଜିଲ୍ଲା ସ୍ତରୀୟ ଅବିନାଶ ସ୍ମାରକୀ କ୍ରିକେଟ  ଟୁର୍ନାମେଣ୍ଟ ଉଦଯାପନୀ ଓ ସମ୍ବର୍ଦ୍ଧନା ସଭା

                                           ବଡ଼କୁଆଁଲକୁ  ହରାଇ ଆଳି ତିନିଘରିଆ କ୍ରିକେଟ ଟିମ ଚାମ୍ପିଅନ

ଦଶରଥପୁର , ୦୩/୦୨/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର  ବ୍ଲକ କୟାଁ ପଞ୍ଚାୟତସ୍ତ  ଦୁବକଣ ଜୟଚଣ୍ଡୀ ହାଇସ୍କୁଲ ସମ୍ମୁଖ ପଡିଆ ଠାରେ ନେତାଜୀ କ୍ଲବ ଆନୁକୂଲ୍ୟରେ ଜାନୁଆରୀ ୨୮ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୫ ତମ ଜିଲ୍ଲା ସ୍ତରୀୟ ଅବିନାଶ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ବଡ଼କୁଆଁଲ କ୍ରିକେଟ ଟିମ ଓ କେନ୍ଦ୍ରାପଡା ଜିଲ୍ଲା ଆଳିବ୍ଲକର ରଘୁବରଜିଉ କ୍ରିକେଟ ଟିମ ତିନିଘରିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିଣି ବଡ଼କୁଆଁଲ କ୍ରିକେଟ ଟିମ  ନିର୍ଦ୍ଧାରିତ ୧0 ଓଭରରେ ୮ ଉଇକେଟ ହରେଇ  ୮୪ ରନ ସଂଗ୍ରହ କରିଥିବା ବେଳେ ଜବାବରେ  ତିନିଘରିଆ କ୍ରିକେଟ ଟିମ ୯ ଓଭର ୩ ଟି ବଲରେ ୮ ଉଇକେଟ ହରେଇ ୮୯ ରନ ସଂଗ୍ରହ କରି  ବିଜୟୀ ହୋଇଥିଲେ  । ଟୁର୍ନାମେଣ୍ଟରେ ସୌରଭ ଦାସ ମ୍ୟାନ ଅଫଦ ମ୍ୟାଚ, ବିଶ୍ୱଜିତ ଦଳେଇ ମ୍ୟାନ ଅଫଦ ସିରିଜ, ରମନ ସାହୁ ବେଷ୍ଟ ବୋଲର, ରିକି ଦାସ ବେଷ୍ଟ ଫିଲଡର, କାଳିଆ ରାଉତ ବେଷ୍ଟ କ୍ୟାଚେସ,କୁଳସାଇ କ୍ରିକେଟ ଟିମ ଡିସିପ୍ଲିନ ଟିମ ଭାବେ ଯୋଗ୍ୟ ବିବେଚିତ ହୋଇଥିଲେ  । ଅଜିତ ମଲ୍ଲିକ,ଆରତ ରଞ୍ଜନ ନାୟକ ଓ ପ୍ରିୟବ୍ରତ ବିଶ୍ୱାଳ ଅମ୍ପେୟାର ଦାୟିତ୍ୱ ତୁଲାଇ ଥିବା ବେଳେ ସନ୍ତୋଷ ପଣ୍ଡା ଓ ଅଭିମନ୍ୟୁ ଯେନା ଭାଷ୍ୟକାର ଦାୟିତ୍ୱ ତୁଲାଇ ଥିଲେ  । ସେହିପରି ରଶ୍ମିରଂଜନ ବାରିକ ସ୍କୋର ବୋର୍ଡ ଦାୟିତ୍ୱ ତୁଲାଇ ଥିଲେ । ଶେଷରେ ନେତାଜୀ କ୍ଲବର  ସଭାପତି ଜୟପ୍ରକାଶ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ଓ ସମ୍ବର୍ଦ୍ଧନା ସଭାରେ  ମୁଖ୍ୟ ଅତିଥିଭାବେ ବିଂଝାରପୁର ବିଧାୟିକା ତଥା ଓଡିଶା ବିଧାନ ସଭାର ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗଦେଇ  କ୍ରୀଡା  ହେଉଛି ମନୁଷ୍ୟର ଅନ୍ୟ ଏକ ଅଙ୍ଗ ବୋଲି କହିବା ସହ  ଜିଲ୍ଲା ଜିଲ୍ଲା ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ କରିବା ପାଇଁ  ଆଜିର ଦୁନିଆରେ କ୍ରୀଡ଼ାହିଁ  ଏକ ମାଧ୍ୟମ ସାଜିଛି ବୋଲି ମତବ୍ୟକ୍ତ କରିଥିଲେ  । ମୁଖ୍ୟ ବକ୍ତାଭାବେ ଯାଜପୁର ଜିଲ୍ଲା ବିଯୁଜନତା ଦଳର ସଭାପତି ସରୋଜ କୁମାର ମହାପାତ୍ର, ବାଚସ୍ପତିଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି,  ୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ନିନାରାଣୀ ସାମଲ,  ବ୍ଲକ ବିଜେଡି ସଭାପତି ଅଜୟ କୁମାର ମହାନ୍ତି, କମାରଡ଼ିହି ପାକ୍ସ ସଭାପତି ଭାଗିରଥି ସାହୁ,ବ୍ଲକ ଛାତ୍ର ବିଜେଡି ସଭାପତି ଚିରଞ୍ଜୀବ ତପନ ରାଉତ, କୟାଁ ପଞ୍ଚାୟତର ସରପଞ୍ଚ ମନ୍ଦାକିନୀ ମଲ୍ଲିକ, ସମିତିସଭ୍ୟ ରୋଶନ ଦାସ , କମାରଡ଼ିହି ପଞ୍ଚାୟତର  ସରପଞ୍ଚ ଚିତ୍ତରଞ୍ଜନ ନାୟକ, ସମିତିସଭ୍ୟା ସଜନୀ ଯେନା, ଯାଜପୁର ଜିଲ୍ଲା ବିଜୁ ଯୁବଜନତା ଦଳର ଉପସଭାପତି ବିରଜା ମଲ୍ଲିକ, ଥାଲକୁଡ଼ି ପଞ୍ଚାୟତର ବିଯୁଜନତା ଦଳର ସଭାପତି ବିଜୟ ପାତ୍ର, ପୂର୍ବତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ବାରିକ, ବିରିପଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ନାୟକ, ପ୍ରାକ୍ତନ ସରପଞ୍ଚ ମନୋରଞ୍ଜନ ଦାସ, ଜାଫରପୁର ସରପଞ୍ଚ ସୁରେନ୍ଦ୍ର କୁମାର ବେହୁରିୟା, ସମାଜସେବୀ ମହେଶ୍ୱର ଯେନା, କୟାଁ  ପଞ୍ଚାୟତର ବିଜେଡି ସଭାପତି ଚଉବନ ବାରିକ, କୟାଁ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ବୈଦ୍ୟନାଥ ସାହାଣୀ, ନିଜାମପୁର ପଞ୍ଚାୟତର ବରିଷ୍ଠ ନେତା ହିମାଂଶୁ ପରିଡା, ଯୁବନେତା ଟୁନା ବିଶ୍ୱାଳ, ବିଯୁଜୁବ ଜନତା ଦଳର ଉପସଭାପତି ବିଜୟ କୁମାର ରାଉତ, ବିଜୁଛାତ୍ର ଜନତା ଦଳର ଉପସଭାପତି ଶଶାଙ୍କ ଶେଖର ନାୟକ ପ୍ରମୁଖ ଯୋଗ ଦେଇଥିଲେ  । ଅବିନାଶଙ୍କ ସ୍ମୃତିକୁ ସବୁଦିନ ପାଇଁ ମନେ ରଖିବା ଉଦେଶ୍ୟରେ  ଓଷ୍ଟାର ପୂର୍ବତନ ସାଧାରଣ ସମ୍ପାଦକ ତଥା ଜୟଚଣ୍ଡୀ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୀତବାସ ବେହୁରିୟା ଓ ଜୟଚଣ୍ଡୀ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ନାୟକଙ୍କୁ ବାଚସ୍ପତିଙ୍କ ଦ୍ୱାରା ଉତ୍ତରୀୟ,ମାନପତ୍ର ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା  । ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଜୟୀ  ତିନିଘରିଆ ଟିମକୁ ଟ୍ରଫି ସହ ନଗଦ ୭ ହଜାରେ ଟଙ୍କା ଓ ରନର୍ସ ଅପ ଟିମକୁ ଟ୍ରଫିସହ ନଗଦ ୩ ହଜାରେ ଟଙ୍କା ପ୍ରଦାନ କରାଯାଇଥିଲା  । ଟୁର୍ନାମେଣ୍ଟ ପରିଚାଳନାରେ କ୍ଲବର ସଭ୍ୟ ସୁବ୍ରତ ଯେନା, ଲଷ୍ମଣ ସେଠି, ନିରଞ୍ଜନ ବାରିକ, ବିଶ୍ୱଜିତ ପଣ୍ଡା, ଗୋଲଖ ବାରିକ, ମନୋଜ ବାରିକ, ଵାପିନା ସାହୁ, ବଟିଆ ଯେନା, ବିଟନ ବାରିକ ପ୍ରମୁଖ ସହଯୋଗ କରିଥିଲେ  । କ୍ଲବର ସମ୍ପାଦକ ଆରତ ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *