ମାହାଙ୍ଗା ୨୪/୦୪/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗାବ୍ଲକ ଅନ୍ତର୍ଗତ ମଉଦା ଗ୍ରାମର ଯଶସ୍ବୀ ପୁରୁଷ ତଥା ଓଡ଼ିଶାର ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍,ଗବେଷକ, ସୁସାହିତ୍ୟିକ,ସମାଜ ସଂସ୍କାରକ, ଗାନ୍ଧିବାଦୀ କର୍ମୀ ଆଚାର୍ଯ୍ୟ ଭାବାନନ୍ଦଙ୍କର ଶୁକ୍ରବାର ଭୋର୍ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଡାକ୍ତର ଶାନ୍ତିଲତା ମିଶ୍ର,ବଡ ଝିଅ ବିଜୟା ମିଶ୍ରଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ୧୯୩୪ ମସିହାରେ କଟକ ଜିଲ୍ଲା ମଉଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଭାବାନନ୍ଦ ।
ବିଶ୍ୱଭାରତୀ ବିଶ୍ୱ ବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ଜଣେ ମେଧାବୀ ଛାତ୍ର ଭାବେ ସେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ୧୯୬୬ ମସିହାରେ ଆମେରିକାର ଇଣ୍ଡିଆନ୍ ବିଶ୍ୱରେ ନୃତତ୍ତ୍ୱ ବିଜ୍ଞାନରେ ପିଏଚଡି କରି ସେଠାରେ ଅନେକ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ତେବେ ମାତୃଭୂମିର ସେବା କରିବାପାଇଁ ସୁଦୂର ଆମେରିକାରୁ ଫେରି ଆସିଥିଲେ ଏହି ବୁଦ୍ଧିଦୀପ୍ତ ପୁରୁଷ । ଭୁବନେଶ୍ୱର ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟର ପ୍ରତିଷ୍ଠାତା ଭାବେ ଶିକ୍ଷା କ୍ଷେତ୍ରରେ ତାଙ୍କର ଏକ ବଡ ଯୋଗଦାନ ରଖିଥିଲା । ଏଥିସହିତ ଗାନ୍ଧୀବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ, ସମାଜର ସବୁଠାରୁ ତଳ ସ୍ତରରେ ପଡିରହିଥିବା ସାଧାରଣ ମେହେନତି ମଣିଷଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ ।
ତାଙ୍କ ଦେହାନ୍ତରେ “ଆମ ମାହାଙ୍ଗା” ର ଅଧ୍ୟକ୍ଷ ଡ଼. ଅମରେନ୍ଦ୍ର ମହାନ୍ତି, ପୂର୍ବତନ ଆୟାକର କମିଶନର ଶୋଭନ କର, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଜୟନ୍ତ ଦାସ, ଆଇଏ ଏସ ଅନିଲ କୁମାର ସାମଲ, ଚୌଧୁରୀ ପ୍ରଭାତ କେଶରୀ ମିଶ୍ର,ସାମ୍ବାଦିକ ବିଜୟ କୁଅଁର,ସାହିତ୍ୟିକ ଅଖିଳେଶ ପଦ ମହାନ୍ତି, ସରପଞ୍ଚ କମଳାକାନ୍ତ ଦାଶ,ପରିବେଶବିତ୍ ପ୍ରମୋଦ କୁମାର ଦାଶ,ସ୍ତମ୍ଭକାର ବିବେକାନନ୍ଦ ଦାସ, ମହିମାଧର୍ମ ଗବେଷକ ଡ଼. ଏକାଦଶୀ ପ୍ରଧାନ,ଡ଼. ଜୟରାମ ସ୍ୱାଇଁ, ଡ଼. ଭାବଗ୍ରାହୀ ରାଉତ,ଡ଼. ଜନାର୍ଦ୍ଦନ ରାଉତ, ଡ଼. ଭୁବନାନନ୍ଦ ସାହୁ, ଡ଼. ଯୁଧିଷ୍ଠିର ଖଟୁଆ,ସାମ୍ବାଦିକ ଭକ୍ତ ଚରଣ ସାହୁ,ସାମ୍ବାଦିକ ଅମର ସିଂ,ଶିକ୍ଷାବିତ ରତ୍ନାକର ମହାନ୍ତି, ଗୀତିକାର ବିଶ୍ୱେଶ୍ୱର ମହାନ୍ତି,ପଣ୍ଡିତ ପ୍ରଭାତ କୁମାର କର,ସାମ୍ବାଦିକ ଅଜୟ ମହାନ୍ତି,ଅରକ୍ଷିତ ପ୍ରଧାନ,ସମାଜସେବୀ ନଳିନୀକାନ୍ତ ନାୟକ,ଗୌତମ ଚରଣ ଜେନା,କବି ପ୍ରଫୁଲ୍ଲ କୁମାର ସାହୁ,ପ୍ରଫୁଲ୍ଲ କୁମାର ସିଂହ,ଇଞ୍ଜିନିୟର ମନୋଜ କୁମାର ପାତ୍ର,ସୁରେନ୍ଦ୍ର ନାଥ ଶତପଥୀ,ଯତୀନଜୟ କୁଅଁର,ସରୋଜ ଘଡେ଼ଇ,ରାୟ ଗୁରୁ ସନ୍ତୋଷ କୁମାର ମହାପାତ୍ର, ପୂର୍ବତନ ସରପଞ୍ଚ ଅଜୟ ନାୟକ,ପୂର୍ବତନ ସରପଞ୍ଚ ସୁବାସ ବେହେରା, ସାହିତ୍ୟ ସଂଗଠକ ଗୟାଧର ସାହୁ, କବି ପ୍ରଶାନ୍ତ କୁମାର କର,ରାଜେଶ ସାହୁ, ସୁକାନ୍ତ ମାଢେଇ,ନିରଞ୍ଜନ ବସ୍ତିଆ ପ୍ରମୁଖ ମାହାଙ୍ଗା ମାଟିର ଯଶସ୍ବୀ ପୁରୁଷ ଭାବାନନ୍ଦଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
କେବଳ ମାହାଙ୍ଗା ନୁହେଁ ଓଡିଶା ଜଣେ କୃତବିଦ୍ୟ ଯଶସ୍ବୀ ସନ୍ତାନକୁ ହରାଇଲା ବୋଲି ସେମାନେ କହିଛନ୍ତି । ବହୁ ବୁଦ୍ଧିଜୀବୀ ସାଧାରଣ ନାଗରିକ ସ୍ବର୍ଗତ ମିଶ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେହି ଅମୃତ ପୁତ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
