ଭୁବନ ୨୪/୦୪/୨୦୨୬ (ଓଡ଼ିଶା ସମାଚାର)- ଦୈନିକ ” ଓଡ଼ିଶା ଭାସ୍କର” ଢେ଼ଙ୍କାନାଳ ଜିଲ୍ଲା ପ୍ରତିନିଧି ଅମରେନ୍ଦ୍ର ଦାସ ଙ୍କ ର ଆଜି ଶୁକ୍ରବାର ମଧ୍ୟାହ୍ନରେ ଅକାଳ ବିୟୋଗ ହୋଇ ଯାଇଛି । ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ସମ୍ପାଦକ ସୁଶାନ୍ତ କୁମାର ପୋଥାଳ ଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ଦେବାନନ୍ଦ ସାହୁ,ମନୋଜ କୁମାର ପୋଥାଳ,ରବିନ୍ ଦାସ,ସଞ୍ଜୟ ନାୟକ,ଗୌତମ ପାତ୍ର ପ୍ରମୁଖ ଯୋଗଦେଇ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ସ୍ମୃତି ଚାରଣ କରିଥିଲେ। ଭୁବନ ସାମ୍ବାଦିକ ସଂଘ ସଭାପତି ମଧୁପ ରଞ୍ଜନ ନନ୍ଦ (ଏନ୍ ୟୁ ଜେ ) ଜାତୀୟ ସମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ହାଇଦ୍ରାବାଦରେ ଥାଇ ଗଭୀର ଶୋକ ପ୍ରକାଶ କରି ଅମରେନ୍ଦ୍ର ଭାଇ ଜଣେ ଶାନ୍ତ, ସରଳ, ଅମାୟିକ,ପରୋପକାରୀ ଓ ମିଷ୍ଟଭାଷୀ ବନ୍ଧୁ ଥିଲେ ବୋଲି କହିଥିଲେ ।
