ବୈଷ୍ଣବ ପରିଡ଼ାଙ୍କ ଜୟନ୍ତୀ ସମାରୋହ ୧୫ରେ

ପଦ୍ମ ଚରଣ ନାୟକଙ୍କୁ ପ୍ରଥମ ‘ବୈଷ୍ଣବ ପରିଡ଼ା ସ୍ମୃତି ସମ୍ମାନ’
ଭୁବନେଶ୍ୱର,୦୯/୦୨/୨୦୨୪ (ଓଡ଼ିଶା ସମାଚାର)- ବିଶିଷ୍ଟ ରାଜନୀତିଜ୍ଞ, ସୁସାହିତି୍ୟକ ତଥା ଭାଷା ସୁରକ୍ଷା ସମ୍ମିଳନୀର କର୍ଣ୍ଣଧାର ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ ୮୩ତମ ଜୟନ୍ତୀ ସମାରୋହ ଆସନ୍ତା ଫେବୃଆରୀ ୧୫ ତାରିଖ, ଗୁରୁବାର ସନ୍ଧ୍ୟା ଘ.୫.୩୦ମିନିଟ୍ ରେ ସ୍ଥାନୀୟ ଲୋହିଆ ଏକାଡେମୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ । ଏଥିରେ ବିଶିଷ୍ଟ ସାହିତି୍ୟକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ଥିବାବେଳେ ବିଶିଷ୍ଟ ଅତିଥି ଭାବରେ ଭୁବନେଶ୍ୱର ମହାନଗର ନିଗମର ମହାନଗରପାଳ ଶ୍ରୀମତୀ ସୁଲୋଚନା ଦାସ ଯୋଗଦେବେ । ଏହି ଅବସରରେ ‘ଆମ ଭାଷା ଓ ଆମ ଅସ୍ମିତା’ ଶୀର୍ଷକ ତୃତୀୟ ବୈଷ୍ଣବ ପରିଡ଼ା ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ସୁଖ୍ୟାତ ସାହିତି୍ୟକ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ଦାଶ ବେନହୁର । ସମାରୋହରେ ସଭାପତିତ୍ୱ କରିବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସ । ଏହି ଅବସରରେ ବିଶିଷ୍ଟ ଗାନ୍ଧିବାଦୀ, ସମାଜସେବୀ, ପୂର୍ବତନ ବିଧାୟକ, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପ୍ରତିଷ୍ଠାତା ଓ ସ୍ତମ୍ଭକାର ଶ୍ରୀଯୁକ୍ତ ପଦ୍ମ ଚରଣ ନାୟକଙ୍କୁ ‘ପ୍ରଥମ ବୈଷ୍ଣବ ପରିଡ଼ା ସ୍ମୃତି ସମ୍ମାନ-୨୦୨୪’ ପ୍ରଦାନ କରାଯିବ । ଏହି ଜୟନ୍ତୀ ସମାରୋହରେ ଯୋଗଦେବା ପାଇଁ ବୈଷ୍ଣବ ପରିଡ଼ା ସ୍ମୃତି ନ୍ୟାସ ପକ୍ଷରୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *