୫ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ୫ଟି ଜିଲାର ସ୍ବତନ୍ତ୍ର ଦାୟିତ୍ୱ

ଭୁବନେଶ୍ୱର,୨୫/୧୦/୨୦୨୬(ଓଡ଼ିଶା ସମାଚାର)-ସମ୍ଭାବ୍ୟ ବାତ୍ୟା ଓ ଏହାର ପରବର୍ତ୍ତୀ ସ୍ଥିତିର ସଫଳ ପରିଚାଳନା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବାତ୍ୟା ଯୋଗୁ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲା ଗୁଡ଼ିକରେ ରିଲିଫ, ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ୟ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ୫ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ୫ଟି ଜିଲାର ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଛି।

ପ୍ରଶାସନିକ ସ୍ତରରେ ସମନ୍ବୟ ରକ୍ଷା କରିବା ଏବଂ ଗ୍ରାଉଣ୍ଡ ଲେଭେଲ ରେ ବାତ୍ୟା ମୁକାବିଲା ଯୋଜନାକୁ କାର୍ୟ୍ୟକାରୀ କରିବା ପାଇଁ ସରକାର ଏହି ବରିଷ୍ଠ ଅଧିକାରୀମାନଙ୍କୁ ତୁରନ୍ତ ନିଜ ନିଜ ନିର୍ଦ୍ଧାରିତ ଜିଲାକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବରିଷ୍ଠ IAS ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ରାୟଗଡ଼ା ଜିଲା ଦାୟିତ୍ୱ ଦିଆଯାଇଛି। ଡ. ପୋମା ଟୁଡୁଙ୍କୁ କୋରାପୁଟ ଜିଲାର ସୁରକ୍ଷା ଓ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଛି।
ସେହିପରି ଗଜପତି ଜିଲା ଦାୟିତ୍ୱ ରେ ବିଜୟ କୁମାର ଦାଶ, ମାଲକାନଗିରି ଜିଲା ଦାୟିତ୍ୱ ଡ. ୟେଦୁଲା ବିଜୟଙ୍କୁ ଦିଆଯାଇଛି। ସେହିପରି ମହେଶ୍ୱର ସ୍ୱାଇଁ ଙ୍କୁ ନବରଙ୍ଗପୁର ଜିଲା ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *