ନିରାକାରପୁର, ୦୭/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ପରିବାର ତରଫରୁ ଆଜି ” ସହଯୋଗ” ର ଶୁଭେଚ୍ଛୁ ହିମାଂଶୁ ଭୂଷଣ ମହାନ୍ତିଙ୍କ ପିତା ସ୍ବର୍ଗତ ନୀଳମଣୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ଓଗାଳପୁର ସ୍ଥିତ ବୃଦ୍ଧା ଆଶ୍ରମ ଅନ୍ତେବାସୀଙ୍କୁ ପାଉଁରୁଟି, ବିସ୍କୁଟ, ମୁଢ଼ି, ପାଣି ବୋତଲ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆମର ବରିଷ୍ଠ ଉପଦେଷ୍ଟା ଶ୍ୟାମ ସୁନ୍ଦର ପଟ୍ଟନାୟକ, ସକ୍ରିୟ ସଭ୍ୟ ବିଶ୍ଵନାଥ ଭୂୟାଁ, କୃପାସିନ୍ଧୁ ପଣ୍ଡା,ପ୍ରତ୍ୟୁଷ କୁମାର ସାମନ୍ତରାୟ ଓ ପ୍ରଭାକର ଜୟସିଂହ ପ୍ରମୁଖ ସହଯୋଗ କରିଥିଲେ। ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଜାତୀୟ ରାଜପଥ ରେ ବୁଲୁ ଥିବା ଅସହାୟ ବ୍ୟକ୍ତିଙ୍କୁ ବି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।
ସହଯୋଗ ପରିବାର ତରଫରୁ ବୃଦ୍ଧା ଆଶ୍ରମ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
