କଟକ ସଦର, ୨୪/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ଶୁକ୍ରବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଜାତୀୟ ପଞ୍ଚାୟତିରାଜ ରାଜ୍ୟ ସ୍ତରୀୟ ସମାରୋହ ଉଦଘାଟନ କରିଥିବା ପରିପ୍ରେକ୍ଷୀରେ କଟକ ସଦର ବ୍ଲକ ପରିସରରେ ଜିଲ୍ଲା ସ୍ତରୀୟ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ନାୟକ , ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ,ଵିଡିଓ ପ୍ରତୀକ ସାହୁ ପ୍ରମୁଖ ଯୋଗ ଦେଇ ସଶକ୍ତ ପଞ୍ଚାୟତ ସଶକ୍ତ ଓଡ଼ିଶା ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଜିଲ୍ଲାର ୧୯୪୭ ଜଣଙ୍କ ସହିତ ସଦର ବ୍ଲକର ୧୯୬ ଜଣ ଅନ୍ତ୍ୟୋଦୟ ଯୋଜନା ହିତାଧିକାରୀ ଙ୍କୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ କରାଯିବା ସହିତ ସମସ୍ତଙ୍କ ଵ୍ୟାଙ୍କ ଖାତାକୁ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ପଠାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ ଙ୍କ ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀ ସହାୟତା କରିଥିଲେ।
