ଓଡ଼ିଶାର ଯୁବ ପିଢ଼ିଙ୍କ ପାଇଁ ଆଗକୁ ନୂଆ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି – ପ୍ରଧାନମନ୍ତ୍ରୀ

ଭୁବନେଶ୍ବର,୨୫/୧୦/୨୦୨୬(ଓଡ଼ିଶା ସମାଚାର)- ଜଟଣୀ ଇନ୍‌ଫୋଭାଲି-୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି RBI ଡାଟା ସେଣ୍ଟର ଉଦ୍‌ଘାଟନ କରିଛନ୍ତି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ,କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଦୁଇ ଉପମୁଖ୍ୟମନ୍ତ୍ରୀ ସାମିଲ ଥିଲେ ।

RBI ଡାଟା ସେଣ୍ଟର ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଭୁବନେଶ୍ବରରେ ନୂଆ ସଂସ୍ଥା ଖୋଲିଲା  । ଆଜିର ଦିନଟି ଓଡ଼ିଶା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ । ନୂଆ ଭାରତ ନିର୍ମାଣରେ ନୂଆ ଅବଦାନ ଭେଟିଦେଲା । ଦେଶର ବିକାଶରେ ଛୋଟ ସହରର ବଡ଼ ଭୂମିକା ରହିବା ଦରକାର  । ଆଜିର ଏହି ସଂସ୍ଥା ଓଡ଼ିଶାର ଓ ଦେଶର ବିକାଶ ପାଇଁ କାର୍ଯ୍ୟ କରିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ପାଇଁ ବିକାଶ ଗୁରୁତ୍ବପୂର୍ଣ୍ଣ। ସହର ଠାରୁ ଦୂରରେ ରହୁଥିବା ଲୋକଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ । ଗରୀବଙ୍କ ନାଁ ନେଇ ଦୀର୍ଘ ସମୟ ଧରି ପ୍ରଚାର ଚାଲିଲା । ୬୦/୭୦ ଦଶକରେ ଗରୀବଙ୍କ ନାଁ ନେଇ ବ୍ୟାଙ୍କ ଜାତୀୟକରଣ ହେଲା । ମାତ୍ର ୨୦୧୪ ପର୍ଯ୍ୟନ୍ତ ଗରୀବ ଲୋକେ ପ୍ରକୃତ ସେବାରୁ ବଞ୍ଚିତ ଥିଲା । ଗରୀବଙ୍କୁ ବ୍ୟାଙ୍କ ଖାତା ଖୋଲିବା ପାଇଁ ଗ୍ୟାରେଣ୍ଟର ଦରକାର ପଡ଼ୁଥିଲା । ମାତ୍ର ଆଜି ଡିଜିଟାଲ ବ୍ୟାଙ୍କିଂ ଘରେ ଘରେ ପହଞ୍ଚିଛି ।ଜଣେ ପ୍ରଧାନମନ୍ତ୍ରୀ କହିଥିଲେ ଟଙ୍କାଏ ଦେଲେ ଲୋକେ ୧୫ ପଇସା ପାଉଛନ୍ତି । ହେଲେ ଆଜି ଡିବିଟି ଜରିଆରେ ପୂରା ୧ ଟଙ୍କା ଲୋକଙ୍କ ପାଖକୁ ଯାଉଛି । ଆଜି ଅଟଳ ପେନସନ ଜରିଆରେ ଦେଶରେ ୯ କୋଟି ଉପକୃତ ହେଉଛନ୍ତି । ଓଡ଼ିଶାରେ ୩୮ ଲକ୍ଷ ଲୋକ ଅଟକ ପେନସନ୍‌ ଯୋଜନାରେ ଲାଭ ପାଉଛନ୍ତି । ମାତ୍ର ୨୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳୁଛି ।

ଓଡ଼ିଶାରେ ମାଇଣ୍ଡ୍‌ସରୁ ମାଇକ୍ରୋ ଚିପ୍ସ ପ୍ରତିଷ୍ଠା ସମ୍ଭବ ହୋଇପାରିଛି ଓଡ଼ିଶାରେ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ନୂଆ ପୁଞ୍ଜି ଆସିବାକୁ ଯାଉଛି । ଓଡ଼ିଶାର ଯୁବ ପିଢ଼ିଙ୍କ ପାଇଁ ଆଗକୁ ନୂଆ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *