କଟକ ୨୬/୦୩/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) କଟକ ସଦର ୪୨ ମୌଜା ଅନ୍ତର୍ଗତ କୂଳସରିଚୁଆ ସ୍ଥିତ ଆର ଏମ ସ୍କୁଲରେ ୫ ଦିନ ଧରି ଚାଲିଥିବା ଶିକ୍ଷାଭିତ୍ତିକ ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟ ବିଜ୍ଞାନଗୁରୁ ଶ୍ରୀସନ୍ଥଙ୍କ ନିର୍ଦ୍ଦେଶନାରେ ଏବଂ ଉପାଧ୍ୟକ୍ଷା ସରସ୍ଵତୀ ସାମନ୍ତରାୟଙ୍କ ମାର୍ଗଦର୍ଶନରେ, ‘ୟଙ୍ଗ ଟିଙ୍କର’ ଅନୁଷ୍ଠାନର ସହଯୋଗରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।
ଛାତ୍ରଛାତ୍ରୀମାନଙ୍କୁ ନିଉଟନଙ୍କ ନିୟମ ଓ ତାହାର ଦୈନନ୍ଦିନ ଜୀବନରେ ପ୍ରୟୋଗ, ଟାଉନ ପ୍ଲାନିଂ,ସମସ୍ୟାର ଚିହ୍ନଟ ଓ ସମାଧାନ ପ୍ରକ୍ରିୟା,ପବନ ଶକ୍ତି,ସୌର ଶକ୍ତି, ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ,ଡିସି ମୋଟର,ପାଣି ପମ୍ପ,ଥ୍ରିଡି ପ୍ରିଣ୍ଟର,ଏଆଇ ଓ ରୋବୋଟିକ୍ସ ପ୍ରଦର୍ଶନ, କୋଡିଂ – ଡିକୋଡିଂ ସହ ଏଣ୍ଟରପ୍ରେନ୍ୟୁରଶିପ ବିଷୟରେ ପ୍ରାୟୋଗିକ ଶିକ୍ଷା ଦିଆଯାଇଥିଲା ।
‘ୟଙ୍ଗ ଟିଙ୍କର’ର ଶିକ୍ଷକମାନେ ଆକର୍ଷଣୀୟ ଉପାୟରେ ପ୍ରଶିକ୍ଷଣ ଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଗଢ଼ିଉଠିବାରେ ସାହାଯ୍ୟ କରିଥିଲେ । କାର୍ଯ୍ୟକ୍ରମରେ ପ୍ରିୟତମା ସ୍ୱାଇଁ, ବର୍ଷା ମୂଳିଆ,ଅଲିଭା ଦଳାଇ, ସ୍ମୃତିପ୍ରଜ୍ଞ ମହାପାତ୍ର, ତୃପ୍ତି ନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସୋନାଲି ଗୁପ୍ତା, କବିତା ନାୟକ ଓ ଯାଶିକା ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସ୍କୁଲର ସଂଯୋଜକ ଭାରତ ଭୁଷଣ ରାୟ ଓ ରେକୀ ମିଶନର ସନ୍ତୋଷ ପଟ୍ଟନାୟକ ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
