ନିଆଳି ଛେନା ରେ ମିଶିଛି ଲୁଗା ସଫା ଡିଟରଜେଣ୍ଟ(ସର୍ଫ) ପାଉଡର

କଟକ ସଦର,୨୫/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସହରକୁ ପ୍ରତିଦିନ ନିଆଳିରୁ ଶହ ଶହ କୁଇଣ୍ଟାଲ ଦୁଧ ଛେନା ଓ ପନିର ଆସୁଥିବାବେଳେ ତାହା ଅପମିଶ୍ରିତ ବୋଲି ଅଭିଯୋଗ ହୋଇଆସୁଥିଲା। ଏହି ପରିପ୍ରେକ୍ଷୀରେ ଗତ କିଛି ଦିନ ତଳେ କେଏମସି ପକ୍ଷରୁ ମଧୁପାଟଣା ଛକ ନିକଟରୁ ୭୩ କୁଇଣ୍ଟାଲ ଅପମିଶ୍ରିତ ଛେନା ଜବତ କରାଯାଇ ନଷ୍ଟ କରାଯାଇ ଏହାର ନମୁନା ପରୀକ୍ଷା ପାଇଁ ହରିୟାନା ପରୀକ୍ଷାଗାରକୁ ପଠାଯାଇଥିଲା।

ମାସକ ପରେ  ମିଳିଥିବା ପରୀକ୍ଷା ରିପୋର୍ଟରୁ ଛେନା ରେ ମାତ୍ରାଧିକ ମାତ୍ରାରେ ଷ୍ଟାର୍ଚ୍ଚ  (ମଇଦା) ଓ ଡିଟରଜେଣ୍ଟ ( ଲୁଗା ସଫା ସର୍ଫ) ରହିଛି ବୋଲି କେଏମସି ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ନୃପେନ୍ଦ୍ର କୁମାର ଶତପଥୀ କହିଛନ୍ତି। ଏହା ଦେହ ପାଇଁ ଏକପ୍ରକାର ବିଷ ହୋଇଥିବାରୁ ନିଆଳି ଅଞ୍ଚଳର ଏଭଳି ଅସାଧୁ ଓ ମୁନାଫାଖୋର ଛେନା ବେପାରୀଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଛଘୁଞ୍ଚା ଦେବା ଘଟଣା ସବୁ ମହଲରେ ସନ୍ଦେହ ସୃଷ୍ଟି କରିଛି। ଏହା ଜଣାପଡିବା ପରେ ସାଧାରଣରେ ଆତଙ୍କ ଦେଖାଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *