କଟକ ସଦର,୨୫/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୂର୍ବରୁ କୁହାଯାଉଥିଲା ଚାଲିଲା ଗାଡ଼ି ବାଦାମବାଡ଼ି ହେଲେ ଏବେ ଆଉ ଗୋଟିଏ ପଦ ସେଥିରେ ଯୋଡ଼ି ହୋଇଯାଇଛି ଲୋକେ ହିନସ୍ତା ପାଣିରେ ପଡି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସହରର ସବୁଠାରୁ ବ୍ୟସ୍ତ ବହୁଳ ଅଞ୍ଚଳ ବାଦାମବାଡ଼ି ରେ। ଲଘୁଚାପଜନିତ ବର୍ଷା ଯୋଗୁଁ ବାଦାମବାଡ଼ି ଏବେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି।
ବର୍ଷା ଜଳ ନିଷ୍କାସନ ହୋଇନପାରି ରାସ୍ତାରେ ଜମି ରହିଥିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଯଦି କଟକ ସହରର ମୁଖଶାଳା କୁହାଯାଉଥିବା ବାଦାମବାଡ଼ିର ଅଵସ୍ଥା ଏହିପରି ତେବେ ସହର ସାରା ରାସ୍ତା ଘାଟର ଅବସ୍ଥା କଣ ହୋଇଥିବ ତାହା ସହଜେ ଅନୁମେୟ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଆଗକୁ ପାର୍ବଣ। ଏଥିପାଇଁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି।
