ଢେଙ୍କାନାଳ ସ୍ଥିତ  ଏମ୍ ଜି ଏମ୍  ଷ୍ଟିଲ  ପ୍ଲାଣ୍ଟ ରେ ବିପିଏନଏସଆଇ ର କର୍ମଶାଳା

ଢେଙ୍କାନାଳ, ୩୦ /୦୧/୨୦୨୪ (ଓଡ଼ିଶା ସମାଚାର)- ଭାରତ ସରକାର ଙ୍କ  ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ମେରାମଣ୍ଡଳି ଠାରେ ଅବସ୍ଥିତ ଏମ୍ ଜି ଏମ୍  ଷ୍ଟିଲ କାରଖାନା ରେ ଡି ଆର୍ ଆଇ ମେକିଙ୍ଗ, ଏମରଜିଙ୍ଗ ଟେକ୍ନୋଲୋଜି, ସସ୍ଟୈନେବିଲିଟି, ଏନର୍ଜି କନଜେର୍ଭେସନ୍ ଇନ ଡି ଆର ଆଇ ପ୍ରସେସ ଏବଂ ଇମୋସନାଲ ଇଂନ୍ଟେଲିଜେନ୍ସ ସଂବନ୍ଧୀୟ ଏକ ଦିବସୀୟ କର୍ମଶାଳା ଆୟୋଜନ କରିଥିଲେ। ଅନୁଷ୍ଠାନ ର ନୀର୍ଦ୍ଦେଶକ ଶ୍ରୀ ପ୍ରୀତମ୍ ପୁରକାୟସ୍ଥ  ସ୍ବାଗତ ଭାଷଣ ଭିଡିଓ କନ୍ଫରେନ୍ସ ମାଧ୍ୟମ ରେ  ଅନୁଷ୍ଠାନ ର କାର୍ୟ୍ୟ ଖସଡା, ଉପାଦେୟତା ଏବଂ ଇସ୍ପାତ ଶିଳ୍ପ ବିଷୟ ରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ବିପିଏନଏସଆଇ ତରଫରୁ ପ୍ରଫେସର ସୁରେଶ ଚନ୍ଦ୍ର ପଟ୍ଟନାୟକ, ପୂର୍ବତନ ପ୍ରଫେସର, ଆଇ ଜି ଆଇ ଟି ସରାଙ୍ଗ  ଡି ଆର୍ ଆଇ ମେକିଙ୍ଗ, ଏମରଜିଙ୍ଗ ଟେକ୍ନୋଲୋଜି ବିଷୟ ରେ ବିସ୍ତୃତ ବିବରଣୀ ଏମ୍ ଜି ଏମ୍ ଷ୍ଟିଲ  ପ୍ଲାଣ୍ଟ ର ଇଂଜିନିୟର ମାନଙ୍କୁ ପଢାଇବା ସଂଗେ ସଂଗେ ସେମାନଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ। ପରେ ପରେ ଶୈକ୍ଷଣିକ ସଂଦର୍ଭ ମାଧ୍ୟମରେ ପ୍ରଫେସର ଶରତ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ପ୍ରଫେସର, ଆଇ ଆଇ ଟି ଖଡଗପୁର ସସ୍ଟୈନେବିଲିଟି, ଏନର୍ଜି କନଜେର୍ଭେସନ୍  ଇନ୍ ଡି ଆର ଆଇ ପ୍ରସେସ ବିଷୟ ରେ ପ୍ରାନ୍ଜଳ ଭାବରେ ବୁଝାଇ ଥିଲେ । ଅପରାହ୍ନ ରେ ଡ଼ଃ ସୀମାନ୍ତ ମହାନ୍ତି ଇମୋସନାଲ ଇଂନ୍ଟେଲିଜେନ୍ସ ସଂବନ୍ଧୀୟ ଦୀକ୍ଷାନ୍ତ ଭାଷଣ କର୍ମଶାଳା ରେ ଉପସ୍ଥାପନ କରିଥିଲେ। ଏମ୍ ଜି ଏମ୍  ଶ୍ଟିଲ କାରଖାନା ର ମୁଖ୍ୟ ଏବଂ ଇଡି  (ଟେକ୍ନିକାଲ୍ ଷ୍ଟିଲ ଡିଭିଜନ) ଶ୍ରୀ ଗୋପବନ୍ଧୁ ଦାସ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର କର୍ମଶାଳା କୁ ଭୂୟସୀ ପ୍ରଶଂସା କରିଥିଲେ। କର୍ମଶାଳାରେ ଉପସ୍ଥିତ ସମସ୍ତ  ଶ୍ରୋତା ଇଂଜିନିୟର ମାନେ ମଧ୍ୟ ଶିକ୍ଷା ଗ୍ରହଣ କରିବା ସାଥେ ସାଥେ ପ୍ରଶଂସା ପ୍ରଦାନ କରିଥିଲେ।  ବିପିଏନଏସଆଇ ର ଇଂ ପ୍ରଦୀପ କୁମାର ମହାଲିକ କର୍ମଶୀଳା ରେ ସହଯୋଗ କରିଥିଲେ। ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ର ପ୍ରଫେସର ସତ୍ୟପ୍ରିୟ ଶତପଥୀ କର୍ମଶାଳା ସଂଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *