କଟକ ୨୬/୦୩/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା ) ଫୁଲନଖରାସ୍ଥିତ ଲକ୍ଷେଶ୍ୱର ୟୁଥ୍ କ୍ଳବର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଦୁଇ ଦିନ ଧରି ମୁକ୍ତମଞ୍ଚ ନାଟକ ଓ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାଚରାମାଳ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶିକ୍ଷାବିତ ଗୁଣନିଧି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରରେ ଅଞ୍ଚଳର କ୍ରୀଡାବିତ, କଳାକାର ଓ ସାମ୍ବାଦିକ ଓ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିଵା ବ୍ୟକ୍ତିବିଶେଷ ଓ ବିଭିନ୍ନ ଗ୍ରାମର ସାଂସ୍କୃତିକ ସଂଗଠନର ସଭାପତି ଓ ସମ୍ପାଦକମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଉତ୍ସବରେ ଅତିଥି ଭାବେ ମହିଳା କମିଶନର ସଭ୍ୟା ପ୍ରମିଳା ଶତପଥୀ ଓ ଦ୍ଵିତୀୟ ଦିବସରେ ଶିକ୍ଷାବିତ ଶରତ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ କମିଟିର ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ , ଠାକୁର ପ୍ରସାଦ ଦାସ, ଅକ୍ଷୟ କୁମାର ଦାସ,ସ୍ୱାଧୀନଚେତା ମହାନ୍ତି, ରଜନୀକାନ୍ତ ପଟ୍ଟନାୟକ,କିଶୋର ପଟ୍ଟନାୟକ, କ୍ଷୀରୋଦ ନାୟକ, ମଧୁସୂଦନ ପଟ୍ଟନାୟକ, ସୁକାନ୍ତ ପଟ୍ଟନାୟକ,ଧୃବ ଚରଣ ବେହେରା, ପବିତ୍ର ବେହେରା ପ୍ରମୁଖ ଯୋଗ ଦେଇ କ୍ଲବର ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ।
ରଘୁନାଥ ଆଚାର୍ଯ୍ୟଙ୍କ ବଳିଷ୍ଠ ନିର୍ଦ୍ଦେଶନା, ସଙ୍ଗୀତ ବିଜୟ ଦାସ ଓ ରମେଶ ପ୍ରଧାନଙ୍କ ସହଯୋଗରେ ପ୍ରଥମ ରଜନୀରେ ” ମୋ ଜୀବନ ପଛେ ନର୍କେ ପଡ଼ିଥାଉ” , ଦିତୀୟ ରଜନୀରେ “କଟି କଟି ଡବଲ କଟି” ମଞ୍ଚସ୍ଥ ହୋଇ ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା। ସମାଜସେବୀ ବଦ୍ରିନାରାୟଣ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ କ୍ଲବର ସଭାପତି ସରୋଜ କୁମାର ପଟ୍ଟନାୟକ, ସମ୍ପାଦକ ଅଭିଷେକ ଦାସଙ୍କ ସମେତ କ୍ଲବର ସମସ୍ତ ସଭ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ରଣଜିତ ପଟ୍ଟନାୟକ, କାନନ ବିହାରୀ ନାୟକ,ନରେଶ ମହାନ୍ତି, ବିଶ୍ୱ ରଞ୍ଜନ ପଟ୍ଟନାୟକ ,ଵାନାମ୍ଵର ବେହେରା,ମନୋଜ ପଟ୍ଟନାୟକ, ସରୋଜ ପଟ୍ଟନାୟକ, ସୁଶୀଲ ବେହେରା ,ଶିଵ ପ୍ରସାଦ ପଟ୍ଟନାୟକ, ରାହୁଲ ପଟ୍ଟନାୟକ ମନୋଜ ମହାପାତ୍ର , ଅଜୟ ରାଉତ, ପବିତ୍ର ବେହେରା, ଗୁରୁଦେବ ସାହୁ,ସତ୍ୟ ନାରାୟଣ ପଟ୍ଟନାୟକ,ଶରତ ବେହେରା,ମକରା ବେହେରା, କୃତ୍ତିବାସ ଦାସ,ପ୍ରୀତି, ରିଙ୍କି, ଛୁଇଁନା ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ।
