କଟକ ସଦର,୨୫/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ସୁପାରିଶ ଓ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆ କଟକ ସଦର ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ଭାବେ କିଶନନଗର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ଇଲାଵତୀ ବିଷୋୟୀ ଙ୍କୁ ମନୋନୀତ କରିଥିବା ଜଣାପଡିଛି। ଏହା ଜଣାପଡିବା ପରେ ମହିଳା ବିଜେଡ଼ି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିବାବେଳେ ତାଙ୍କର ଏହି ନିଯୁକ୍ତି ପାଇଁ ଶ୍ରୀମତୀ ବିଷୋୟୀ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି।
କଟକ ସଦର ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି ହେଲେ ଇଲାଵତୀ ବିଷୋୟୀ
