କଟକ ସଦର,୨୫/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଟକ ମହାନଗର ନିଗମ ଅଧିନସ୍ଥ ବ୍ୟସ୍ତ ବହୁଳ ମଧୁପାଟଣା ମଲାଚଣ୍ଡିଆ ରାସ୍ତାର ଦୂରାବସ୍ଥା ଯୋଗୁଁ ଲୋକମାନେ ପ୍ରତିଦିନ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ରାସ୍ତାରେ ଖାଲଖମା ଏପରି ହୋଇଛି ଯେ ବର୍ଷାରେ ପାଣି ଜମି ରହିଥିବାରୁ ଛୋଟ ବଡ଼ ଦୂର୍ଘଟଣାମାନ ଘଟି ଚାଲିଛି। ଅଭିଯୋଗ ପରେ କେଏମସି ପକ୍ଷରୁ ଅସ୍ଥାୟୀ ଭାବେ ରାସ୍ତା ମରାମତି କରାଯାଇଥିଲେ ହେଁ ତାହା ଯଥା ପୂର୍ବଂ ତଥା ପରଂ ଅଵସ୍ଥା କୁ ଆସିଥିବା ଦେଖାଯାଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

