ଦଧିବାମନଜୀଉ ସଂସ୍କୃତ ମହାବିଦ୍ୟାଳୟରେ ସ୍ୱାଗତ ଉତ୍ସବ

କେନ୍ଦ୍ରାପଡ଼ା, ୨୯/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚଉଦକୁଲାଟ ତମାଳଶାସନସ୍ଥିତ ଦଧିବାମନଜୀଉ ସଂସ୍କୃତ ମହାବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷର ନବାଗତ ଯୁକ୍ତଦୁଇ ଓ ଯୁକ୍ତତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇବାକୁ ମହାବିଦ୍ୟାଳୟ ପରିସରରେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରାମନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱାଗତ ଉତ୍ସବରେ କେନ୍ଦ୍ରାପଡା ଜିଲା ସାମ୍ବାଦିକ ସଂଘର ସଭାପତି ପରେଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ଗ୍ରହଣ କରିବା ଅର୍ଥ ନୁହେଁ ଯେ ସରକାରୀ ଚାକିରୀ କରିବା । ଉତମ ଜୀବନ ଗଠନ ଓ ସାମାଜିକ ଦାୟିତ୍ୱବୋଧ ଉଚ୍ଚଶିକ୍ଷା ପ୍ରାପ୍ତିର ଲକ୍ଷ୍ୟ ହେବା ଉଚିତ୍ ବୋଲି ସେ ପରାମର୍ଶ ଦେଇଥିଲେ । ଭଲ ମଣିଷ ହୋଇ ଏକ ସୁସ୍ଥ ସମାଜ ଗଠନ ପାଇଁ କିଛି ସମୟ ଦେବା ପାଇଁ ତାଙ୍କ ବକ୍ତବ୍ୟରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଚନ୍ଦନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ସୁପ୍ରଭା ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପିତାମାତାଙ୍କ ଇଚ୍ଛା ପୂରଣ ପାଇଁ ଛାତ୍ରଛାତ୍ରୀମାନେ ଏବେଠାରୁ କଠୋର ପରିଶ୍ରମ କରି ନିଜ ଲକ୍ଷ୍ୟସ୍ଥଳରେ ପହଂଚିବା ଉଚିତ୍ । ଶୃଙ୍ଖଳିତ ଜୀବନ ହିଁ ଶିକ୍ଷାର ମୌଳିକ ଉପାଦାନ । ଆଜିର ଦିବସ ମହାବିଦ୍ୟାଳୟର ସର୍ବାଧିକ ଗୌରବର ଦିବସ । ଆମେ ସ୍ୱାଗତ କରୁ କିନ୍ତୁ ବିଦାୟ ଦେଇ ନଥାଉ ବୋଲି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ଅଧ୍ୟାପକ ବାସୁଦେବ ମିଶ୍ର ବେଦପାଠ କରିବା ସହିତ ସଂସ୍କୃତରେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରମୋଦ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ବିକ୍ରମ କେଶରୀ ରାଉତ, ସୁଧୀର କୁମାର ପାତ୍ର, ଲିପିକା କ୍ଷୀରୋଧ ପ୍ରଧାନ, ବିଶ୍ୱନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ୨୧ଟି ବିଶ୍ୱବିଦ୍ୟାଳୟରେ ଉକ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ଭକ୍ତ ଦାଶିଆ’ ନାଟକ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା କଳାକାର ଏହି ନାଟକର ଝଲକ୍ ପରିବେଷଣ କରିଥିଲେ । ପୁରାତନ ଛାତ୍ରମାନେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଡଟ୍ ପେନ ଦେଇ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *