ପାରାଵିଲ ଗ୍ରାମ କମିଟି ସଭାପତି ଆଦର୍ଶ ଶିକ୍ଷକ ଧରଣୀଧର ବେହେରାଙ୍କ ପରଲୋକ,ଶୋକର ଛାୟା 

କଟକ ସଦର,୦୭/୦୩/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ପାରାଵିଲ ସରକାରୀ ପଞ୍ଜିକୃତ ଗ୍ରାମ କମିଟି ର ସଭାପତି , ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତଥା ନିଖିଳ ଉତ୍କଳ ପାଟରା ସମିତି ପାଟଵୈଶ୍ୟ ମହାସଭା ର ପଞ୍ଚ ଅଧିକାରୀ, କିଶନନଗର ଆଞ୍ଚଳିକ ଚକଲା ର ମଦାର ଧରଣୀଧର ବେହେରାଙ୍କ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ୯୦ ବର୍ଷ ବୟସରେ ପରଲୋକ ଘଟିଛି।

ସିଏ ଜଣେ ଛାତ୍ର ଵତ୍ସଳ ଶିକ୍ଷକ ଓ ସମାଜସେବୀ ହୋଇ ଥିବାରୁ ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଗ୍ରାମରେ ତଥା ପୁରାତନ ଛାତ୍ର/ଛାତ୍ରଛାତ୍ରୀ ତଥା ପାଟରା ସମ୍ପ୍ରଦାୟ ଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ରାତିରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। ଏକମାତ୍ର ପୁତ୍ର ଇଂ ସ୍ମୃତି ରଞ୍ଜନ ବେହେରା ମୁଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *