କଟକ ସଦର, ୦୩/୧୦/୨୦୨୫ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କେନ୍ଦ୍ର ସରକାର ଙ୍କ ପେଟ୍ରୋଲିୟମ୍ ବିଭାଗ ଚାରି ଆଡେ଼ ଛତୁ ଫୁଟିଲା ପରି ପେଟ୍ରୋଲ ପମ୍ପ ଖୋଲୁଥିବା ବେଳେ ଗ୍ରାହକ ମାନଙ୍କ ମୈ।ଳିକ ସୁବିଧା କରୁନଥିବାରୁ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ କଟକ-ପାରାଦୀପ ରାସ୍ତାର କମରପଦା ଠାରେ ଆଜକୁ ୧୦ ବର୍ଷରୁ ଉର୍ଦ୍ଧ୍ଵ ହେବ ଏକ ଏଚ୍ ପି କମ୍ପାନୀ ପେଟ୍ରୋଲ ପମ୍ପ ଅଛି । ସେଠାରେ ସେଡ୍ ନଥିବାରୁ ଗ୍ରାହକ ମାନେ ଦୀର୍ଘ ବର୍ଷ ଧରି ଖରା ବର୍ଷାରେ ନାହିଁ ନଥିବା ହିନସ୍ଥା ଭୋଗୁଥିବା ଅଭିଯୋଗ ହୋଇ ଆସୁଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ କେନ୍ଦ୍ର ସରକାର ଙ୍କ ନିକଟରେ ସାଧାରଣରେ ଦାବି ହେଉଛି।
