୮ ତାରିଖ କୁ ଘୁଞ୍ଚିଲା ଜଗତସିଂହପୁର ବ୍ଳକ୍ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ

ଜଗତସିଂହପୁର, ୦୪/୧୦/୨୦୨୪ (ଓଡ଼ିଶା ସମାଚାର)-ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ  ଜଗତସିଂହପୁରର ୮ ଟି ବ୍ଲକ୍ ଓ ୨ ମ୍ୟୁନିସିପାଲଟିରେ ଭୀମଭୋଇ ଭିନ୍ନକ୍ଷମ ସମର୍ଥ ଅଭିଯାନ ଆୟୋଜିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ବ୍ଲକ୍ ଓ ମ୍ୟୁନିସିପାଲଟି ନିମନ୍ତେ ୦୭.୧୦.୨୪ ରିଖରେ ଏସ୍ କେ ଏକାଡେମୀ,ଜଗତସିଂହପୁର, ଠାରେ ଏହି ଶିବିର ଆୟୋଜିତ କରିବା ପାଇଁ ସୂଚନା ଦିଆଯାଇଥିଲା। ମାତ୍ର ବିଦ୍ୟାଳୟ ରେ ପାଣ୍ମାସିକ ପରୀକ୍ଷା ଚାଲୁଥିବାରୁ ଏହି କାର୍ଯ୍ୟକ୍ରମ କୁ ଅକ୍ଟୋବର ୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ସେଥିପାଇଁ  ଆସନ୍ତା ୮ ତାରିଖ ମଙ୍ଗଳବାର ଦିନ ଏହି ଅଭିଯାନରେ ସାମିଲ ହୋଇ ସରକାରଙ୍କ ଦ୍ଵାରା ପ୍ରଦତ୍ତ ସୁବିଧା ସୁଯୋଗର ଲାଭ ଉଠାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।ପୁନଃ ସମସ୍ତ ଭିନ୍ନକ୍ଷମ ଭାଇ ଓ ଭଉଣୀ କ୍ୟାମ୍ପ କୁ ଆସିବା ପୂର୍ବରୁ UDID ପୋର୍ଟାଲ ରେ ନାମ ପଞ୍ଜୀକୃତ କରିବା ଜରୁରୀ ଅଟେ ବୋଲି ଜଣାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *