କଟକ ସଦର, ୦୬/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ବାଲିସାହି ଶାନ୍ତି ଆନନ୍ଦାଶ୍ରମ ପ୍ରାଙ୍ଗଣରେ ଆଜି ଶୁକ୍ରବାର ଦିନ ବାଲିସାହି ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଞ୍ଚର ବରିଷ୍ଠ ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ପ୍ରଫେସର ଚିତ୍ତରଞ୍ଜନ ମହାନ୍ତି, ମୁକୁନ୍ଦ ପ୍ରସାଦ ସେନାପତି,ଅନୁପମ ଵୋଷ, ଜୟନ୍ତ କୁମାର ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବରିଷ୍ଠ ମଞ୍ଚର ଉପାଦେୟତା ଉପରେ ଆଲୋକପାତ କରିଥିଲେ।
ମଞ୍ଚର ସଭାପତି ଦୁଃଶାସନ ବେହେରା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବାଵେଳେ ଶେଷରେ ଶ୍ରୀକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ ଉପଦେଷ୍ଟା ପ୍ରିୟବ୍ରତ ଦାଶ, ବିଭୁତି ମହାନ୍ତି, ସଭାପତି ଦୁଃଶାସନ ବେହେରା,ଉପ ସଭାପତି ଶ୍ରୀକାନ୍ତ କୁମାର ମହାନ୍ତି,ଉପ ସଭାପତି ନରେନ୍ଦ୍ର କୁମାର ଦାଶ, ସଂପାଦକ ପ୍ରବୀର କୁମାର ସ୍ବାଇଁ, ସଂଗଠନ ସଂପାଦକ ସୀତାନାଥ ସାହୁ,ଯୁଗ୍ମ ସଂପାଦକ ହରିହର ଦଳାଇ,ଖଗପତି ନାୟକ, କୋଷାଧ୍ୟକ୍ଷ ନୃସିଂହ ଚରଣ ପାଣିଗ୍ରାହୀ ପ୍ରମୁଖ ଙ୍କ ସମେତ ସମସ୍ତ ସଦସ୍ୟ ସହାୟତା ପ୍ରଦାନ କରିଥିଲେ।
