ଭୁବନେଶ୍ୱର,୦୬/୧୧/୨୦୨୬ (ଓଡ଼ିଶା ସମାଚାର)- କେଦାରପଲ୍ଲୀ ବସ୍ତିର ଅବହେଳିତ ଓ ଅନଗ୍ରସର ଶିଶୁମାନଙ୍କୁ ଶିକ୍ଷା ଓ ଜ୍ଞାନ ଆହରଣର ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ମେଡୋଜ୍ ପକ୍ଷରୁ ଏକ କମ୍ୟୁନିଟି ଲାଇବ୍ରେରୀ (ପାଠାଗାର) ସ୍ଥାପନ କରାଯାଇଛି । ଗୁରୁବାର ପୂର୍ବାହ୍ନ ୧୧ଟାରେ ଏହି ପାଠାଗାରର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଆର୍ଟିଏନ୍ ଅନିଲ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠାଗାରକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସ୍ଥାନୀୟ କର୍ପୋରେଟର କବିତା ସ୍ୱାଇଁ ଓ ରୋଟାରୀ ଆସିଷ୍ଟାଂଟ ଗଭର୍ଣ୍ଣର ଶିବାନାରାୟଣ ମହାପାତ୍ର ଯୋଗଦେଇଥିଲେ ।
କେଦାରପଲ୍ଲୀ ବସ୍ତିରେ ରୋଟାରୀ କ୍ଲବ୍ ର କମ୍ୟୁନିଟି ଲାଇବ୍ରେରୀ ଉଦଘାଟିତ
