ତାଜା ଖବର : ଶୌଚ ପାଇଁ ଯାଇଥିବା ବେଳେ ଯୁବକଙ୍କୁ ଗୁଳିମାଡ

ବ୍ରହ୍ମପୁର/ପୁରୁଷୋତ୍ତମପୁର, ୦୨/୦୩/୨୦୨୬ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଯୁବକଙ୍କୁ ଗୁଳିମାଡ଼ । ଯୁବକଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଆହତ ହୋଇ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆହତ ଯୁବକ ହେଲେ ସାଗର ବେହେରା । ସେ ବର୍ତ୍ତମାନ ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସା ହେଉଛନ୍ତି । ଯୁବକଙ୍କ କହିବା ଅନୁସାରେ, ସକାଳେ ଗାଁ ପୋଖରିକୁ ଶୌଚ ପାଇଁ ଯାଇଥିବା ବେଳେ ରାସ୍ତାରେ ଶୁଣ୍ଢିବାଙ୍କ ଠାରେ ଦୁଇଜଣ ମୁଖାପିନ୍ଧା ଯୁବକ ତାଙ୍କ ଗୋଡକୁ ଗୁଳିକରି ଚାଲିଯାଇଥିଲେ ।

ସ୍ପଷ୍ଟଦିବାଲୋକରେ ଏଭଳି ଗୁଳିକାଣ୍ଡ ଘଟିଥିଲେ ମଧ୍ୟ କେହି କିପରି ଜାଣିପାରିଲେ ନାହିଁ, ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ଭୟକରି କେହି ମୁହଁ ଖୋଲୁନାହାନ୍ତି । ଅନ୍ୟପକ୍ଷରେ ଏନେଇ ଥାନାରେ ମଧ୍ୟ କୌଣସି ପ୍ରକାର ଅଭିଯୋଗ ହୋଇନାହିଁ । ଏଭଳି ଘଟଣା ଘଟିଥିବା ଶୁଣି   ଥାନା ଆଇଆଇସି କୁଳମଣୀ ସେଠୀ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ପଚରାଉଚରା କରି ତଦନ୍ତ ଚଲାଇଛନ୍ତି । ବର୍ତ୍ତମାନ୍ ପର୍ୟ୍ୟନ୍ତ ଗୁଳିମାଡର କାରଣ ଜଣାପଡିନାହିଁ। ଯୁବକ ଜଣକ ସୁରଟରୁ ଫେରିଥିବାବେଳେ ଏଭଳି ଅଘଟଣ ଘଟିଛି।

Leave a Reply

Your email address will not be published. Required fields are marked *