ବାରିପଦା, ୦୩/୦୩/୨୦୨୪ (ଓଡ଼ିଶା ସମାଚାର)- ମନିପର୍ସ କାହାର। ଏହି ଯୁକ୍ତିତର୍କକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ। ଏହି ଘଟଣା ହେଉଛି ବାରିପଦାର। ସୁନଗଡ଼ିଆରେ ଥିବା ଟିବି ହସ୍ପିଟାଲ ଆଗରେ ରାମଚନ୍ଦ୍ର ମୁଖି ନାମକ ଯୁବକ ଏକ ମନିପର୍ସ ପାଇଥିଲେ। ସେଥିରେ ୫୫୦ ଟଙ୍କା ଥିଲା । ଏହି ପର୍ସ ନିଜର ବୋଲି କିଛି ଯୁବକ ଦାବି କରିଥିଲେ। ଏହାକୁ ନେଇ ରାମଚନ୍ଦ୍ରଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଗଣ୍ଡଗୋଳ ଉଗ୍ର ରୂପ ନେଇ ରାମଚନ୍ଦ୍ର ମୁଖୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଥିଲେ। ପୋଲିସ ସହିତ ଠେଲା ପେଲା ହୋଇଥିଲା। ଗୋଷ୍ଠୀ ସଂଘର୍ଷ ଓ ହତ୍ୟାକାଣ୍ଡ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପୋଲିସର କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ନ୍ୟାୟ ପାଇଁ ଟାଉନ ଥାନା ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଖବର ଦିଆଯାଇଥିଲେ ବି ପୋଲିସ ଘଟଣାସ୍ଥଳରେ ଠିକ ସମୟରେ ପହଞ୍ଚି ନଥିଲା । ଗତକାଲି ସଂଧ୍ୟାରେ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ଥାନା ଆଗରେ ବିକ୍ଷୋଭ ହୋଇଥିଲା । ଏପରିକି ପୋଲିସ ଉପରକୁ ଟେକାପଥର ମାଡ଼ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଆଜି ବି ପ୍ରତିବାଦ ଜାରି ରହିଛି । ସେପଟେ ଗୋଷ୍ଠୀ ସଂଘର୍ଷ ଓ ହତ୍ୟାକାଣ୍ଡ ମାମଲାରେ ପୋଲିସ୍ ୪ ଜଣଙ୍କୁ ଅଟକ ରଖିଛି । ଏମାନଙ୍କ ମଧ୍ୟରେ ମୃତକଙ୍କ ପରିବାରର ୨ ଜଣ ଥିବା ଜଣାପଡ଼ିଛି ।
ପାଇ ଥିବା ମନିପର୍ସ କାହାର ଯୁକ୍ତିତର୍କକୁ ନେଇ ଗୋଷ୍ଠୀ ସଂଘର୍ଷ ,ବୀଭତ୍ସ ହତ୍ୟାକାଣ୍ଡ , ଉତ୍ତେଜନା, ୪ ଜଣ ଅଟକ
