ବରିଷ୍ଠ ବିଜେପି ନେତା ପ୍ରଦୀପ ବେହେରା ଙ୍କ ପିତାଙ୍କୁ ଶ୍ରଦ୍ଧାସୁମନ 

କଟକ ସଦର,୧୪/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ତଥା କଟକ ସଦର ର ବରିଷ୍ଠ ବିଜେପି ନେତା ପ୍ରଦୀପ ବେହେରା ଙ୍କ ବାପା କୃଷ୍ଣ ଚନ୍ଦ୍ର ବେହେରା ଙ୍କ ପରଲୋକ ରେ‌ ଗତକାଲି ରବିବାର ରାତିରେ ତାଙ୍କ ବାସଭବନ ଉତରକୂଳ ପଞ୍ଚାୟତ ମେହେନ୍ଦିପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତି, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥୀ, ନବଗ୍ରହ ମିଡ଼ିଆ ଗୃପ୍ କଟକ ସଦର ପରିବାର, ଜଗତସିଂହପୁର ସାଂସଦ ଙ୍କ ପତ୍ନୀ ରାନୁଶ୍ରୀ ତରାଇ,ପିୟୁଷ ପରିଡ଼ା,କିରଣ ସାହୁ, ସଂଜୟ ସାହୁ, ଲିଙ୍ଗରାଜ ମଲ୍ଲିକ,ନିର୍ମଳ ଦାସ, ବେତାର ଦୂରଦର୍ଶନ କଣ୍ଠଶିଳ୍ପୀ ତ୍ରିଲୋଚନ ପାତ୍ର ପ୍ରମୁଖ କୃଷ୍ଣ ଚନ୍ଦ୍ର ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭା ପରିଚାଳନାରେ ସ୍ଥାନୀୟ ସରପଂଚ ସୁଭାଷିନୀ ବେହେରା ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *