ଭୁବନେଶ୍ୱର,୨୯/୦୬/୨୦୨୬ (ଓଡ଼ିଶା ସମାଚାର)- ଝାରପଡ଼ା ଜେଲ୍ରେ ଜଣେ କଏଦୀଙ୍କର ଆଜି ସୋମବାର ସକାଳେ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣକ ହେଉଛନ୍ତି ଯବାନ ନାୟକ (୫୫ ବର୍ଷ )। ତାଙ୍କ ଘର ଭୁବନେଶ୍ୱର ତାରିଣୀ ବସ୍ତିରେ। ସେ ରାତିରେ ଖାଇପିଇ ଶୋଇଥିଲେ, ସକାଳୁ ଆଉ ଉଠି ନ ଥିଲେ। ଚିକିତ୍ସା ପାଇଁ ନେବା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେ ଡକାୟତି ଓ ହତ୍ୟା ମାମଲାରେ ଝାରପଡ଼ା ଜେଲ୍ ରେ ରହି ସଜା କାଟୁଥିଲେ। ସେ ଏକାଧିକ ରୋଗରେ ପୀଡ଼ିତ ଥିଲେ।
ଝାରପଡ଼ା ଜେଲ୍ରେ କଏଦୀଙ୍କ ମୃତ୍ୟୁ
