ରାସ୍ତା ଦୁର୍ଘଟଣାରେ ପୋଲିସ ସବ ଇନ୍ସପେକ୍ଟର ଗୁରୁତର

                                                                   ରଥ ଡ୍ୟୁଟି ପାଇଁ ଯାଉଥିଲେ ପୁରୀ

ନିରାକାରପୁର, ୩/୭/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ଥାନା ଅନ୍ତର୍ଗତ ରତାମାଟି ଛକ ନିକଟରେ ଆଜି ଅପରାହ୍ନରେ ଜଣେ ପୋଲିସ  ସବ ଇନ୍ସପେକ୍ଟରଙ୍କ ବାଇକ ସହିତ ଏକ ପିକଅପ ଭ୍ୟାନ ର ଧକ୍କା ହେବାଯୋଗୁଁ ସେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।  ସୂଚନାଯୋଗ୍ୟ ନୟାଗଡ କୋର୍ଟ ସବ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ସ୍ୱାଇଁ ଏକ ବାଇକ ନଂ ଓ ଡି ୨୫ ବି ୧୧୭୭ ଯୋଗେ ପୁରୀ ରଥ ଡ୍ୟୁଟି କୁ ଯାଉଥିବାବେଳେ ନିରାକାରପୁର ଥାନା ରତାମାଟି ଛକ ନିକଟରେ ଏକ ପିକଅପ ଭ୍ୟାନ ନଂ ଓ ଡି ୦୨ ବିଜେ ୧୦୪୯ ସହିତ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ପୋଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ପଠାଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇଟି ଗାଡି ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ସବ ଇନ୍ସପେକ୍ଟର ଦିପାଲିଶା ନାୟକ ଠାରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *