ଆଶୁତୋଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଲାପଟୁଆଁ ଚମ୍ପିୟାନ

ମାହାଙ୍ଗା ୦୮/୦୨/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)- ମଧୁପୁର ପଞ୍ଚାୟତର ଦୋବନ୍ଧିଆ ଠାରେ ଚାଲିଥିବା ଆଶୁତୋଷ ମେମୋରିଆଲ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଗ୍ରାମାଞ୍ଚଳରୁ ୧୬ ଟି କ୍ରିକେଟ ଟିମ ଏହି ଖେଳରେ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଟ ଏ ବି ଇଲେଭେନ ଲାପଟୁଆଁ ଏବଂ ଏମ ବି ସି ଗୁଣୁପୁର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଲାପଟୁଆଁ କ୍ରିକେଟ ଟିମ ପ୍ରଥମେ ବ୍ୟାଟିଂ କରି ୯୭ ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ଗୁଣୁପୁର ମୈଦାନକୁ ଓହ୍ଲାଇ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇ ମ୍ୟାଚ ହାରିଯାଇଥିଲା । ଲାପଟୁଆଁ ଚାମ୍ପିଆନ ଟ୍ରଫି ହାସଲ କରିଥିବା ବେଳେ ଗୁଣୁପୁର ରନର୍ସଅପ ହୋଇଥିଲା । ପୁରସ୍କାର ପ୍ରଦାନ ଉତ୍ସବରେ ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୁବ ଉଦ୍ୟୋଗପତି ଅରବିନ୍ଦ ମହାନ୍ତି ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଅକ୍ଷୟ କୁମାର ସ୍ୱାଇଁ, ଶିକ୍ଷାବିତ ପ୍ରଭାକର ରାଉତ, କବି ଡମ୍ବରୁଧର ପରିଡା ଯୋଗଦେଇ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ ।

ମହେଶ୍ୱର ରାଉତ ଓ ପରେଶ ପଣ୍ଡା ଖେଳ ପରିଚାଳନା କରିଥିଲେ ।ମ୍ୟାନଅଫ ଦି ମ୍ୟାଚ ସ୍ମୃତି ରଞ୍ଜନ ଓ ମ୍ୟାନ ଅଫ ଦି’ ସିରିଜ ରାଜାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ରାଧାଗୋବିନ୍ଦ ଯୁବ କ୍ରିକେଟ ଆସୋସିଏସନ ଦୋବନ୍ଧିଆର ମ୍ୟାନେଜର ଅନନ୍ତ କିଶୋର ଜେନା, ଆଶୁତୋଷ ସ୍ମୃତି କମିଟି ଅଧ୍ୟକ୍ଷ ଦୀପକ କୁମାର ବିଶ୍ୱାଳ ସଂଚାଳନ କରିଥିବା ବେଳେ,ଶୁଭାଶିଷ ବିଶ୍ୱାଳ, ପ୍ରଶାନ୍ତ ଜେନା,ଅଜୟ ସେଠୀ, ଚିକନ ମଲ୍ଲିକ, କୃଷ୍ଣଚନ୍ଦ୍ର ମଲ୍ଲିକ,ଚିନ୍ମୟ ମଲ୍ଲିକ, ଉତ୍ତମ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *