କଟକ ଵାର ଆସୋସିଏସନ୍ ର ନବୀକରଣ ଵିଲ୍ଡିଂ ଓ ଶୀତତାପ ନିୟନ୍ତ୍ରିତ ମେସିନ ଉଦଘାଟିତ 

କଟକ ସଦର,୨୭/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ସର୍ବପୁରାତନ କଟକ ଵାର ଆସୋସିଏସନ୍ ର ଗ୍ରାଉଣ୍ଡ ଫ୍ଲୋର ନବୀକରଣ ଵିଲ୍ଡିଂ ସହିତ ଶୀତତାପ ନିୟନ୍ତ୍ରିତ ମେସିନ କୁ ଆଜି ଶୁକ୍ରବାର ସଂଧ୍ୟାରେ କଟକ-ଵାରଵାଟି ବିଧାୟିକା ଇଂ ସୋଫିଆ ଫିରଦୋସ ଉଦଘାଟନ କରିଥିବା ଜଣାଯାଇଛି।

ଏହି ଉପଲକ୍ଷେ ସଭାଗୃହ ରେ ଆସୋସିଏସନ୍ ର ସଭାପତି ଆଇନଜୀବୀ ଦାମୋଦର ଦେଓଙ୍କ ସଭାପତିତ୍ବ ଓ ଆଇନଜୀବୀ କ୍ଷେତ୍ର ମୋହନ ଧଳଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ବିଧାୟିକା ଇଂ ଫିରଦୋସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂପାଦକ ଦିଲ୍ଲୀପ କୁମାର ମହାପାତ୍ର ଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ।

ଏଥିରେ ଅନ୍ୟମାନଙ୍କ  ମଧ୍ୟରେ  ପୂର୍ବତନ ସଭାପତି ଗୈ।ତମ ଚରଣ ରାଉତ, ପୂର୍ବତନ ସଭାପତି  ଚୈ।ଧୁରୀ ପ୍ରଶାନ୍ତ କୁମାର ମିଶ୍ର, ପୂର୍ବତନ ସଭାପତି ନାରାୟଣ ପରିଜା, ନିର୍ବାଚନ ଅଧିକାରୀ ରାମକୃଷ୍ଣ ରଥ, ବର୍ତ୍ତମାନ ର ଉପସଭାପତି ଧର୍ମାନନ୍ଦ ସୁବୁଦ୍ଧି, ସଂପାଦକ ଦିଲ୍ଲୀପ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।

ପରିଚାଳନାରେ ଵାର ଆସୋସିଏସନ୍ ର ସମସ୍ତ କାର୍ଯ୍ୟକର୍ତ୍ତା, ପରିଚାଳନା କମିଟି ସଦସ୍ୟ ମାନଙ୍କ ସହିତ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଅକ୍ଷୟ କୁମାର ପତି, ପୂର୍ବତନ ସଂପାଦକ ନିତ୍ୟାନନ୍ଦ ବେଉରିଆ, ଦିଲିପ କୁମାର ମହାରଣା, ଦିଲ୍ଲିପ କୁମାର ସ୍ୱାଇଁ, ପ୍ରଭାତ କୁମାର ରାଉତ, ବିଶ୍ୱଜିତ୍ ଲେଙ୍କା, ମହେନ୍ଦ୍ର ଲାଲ ଜେନା, ସତ୍ୟରଞ୍ଜନ ମହାନ୍ତି ପ୍ରମୁଖ ସହାୟତା କରିଥିଲେ।

 

Leave a Reply

Your email address will not be published. Required fields are marked *