କେନ୍ଦ୍ରାପଡା କଲେଜ ଇଂରାଜୀ ବିଭାଗ ଜାତୀୟ ସମ୍ପାନ ଉଦଯାପିତ

ଆଂଚଳିକ ସାହିତ୍ୟକୁ ଅନୁବାଦ କଲେ ଆନ୍ତର୍ଜାତୀୟ ଆଦୃତ ଲାଭ କରିବ
କେନ୍ଦ୍ରାପଡ଼ା, ୦୮/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ ଦୁଇଦିବସୀୟ ଜାତୀୟ ସମ୍ପାନ “ଭୋକାଲ ଫର ଲୋକାଲ” ରବିବାର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଡ. ପୂର୍ବାଶା ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ପାନର ଦ୍ୱିତୀୟ ଦିବସକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷା ତଥା ଓଡିଶା ଲେଖିକା ସଂସଦ ସଭାପତି ଶକୁନ୍ତଳା ବଳିଆରସିଂ ଯୋଗଦେଇ କହିଲେ ସାହିତ୍ୟକୁ ଇଂରାଜୀ ଅନୁବାଦ କରିବା ସମୟରେ ଅତ୍ୟନ୍ତ ଯତ୍ନବାନ ହେବା ଜରୁରୀ । କାରଣ ଏକବିଂଶ ଶତାବ୍ଦିରେ ଯେଉଁ ସାହିତ୍ୟ ଅନୁବାଦ ହେଉଛି ସେଥିରେ କବି ଓ ସାହିତ୍ୟିକଙ୍କ ମୂଳ ଭାବନା ନଷ୍ଟ ହୋଇଯାଉଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ପ୍ରଫେସର ଅସିମରଞ୍ଜନ ପାଢୀ ବକ୍ତା ଭାବେ ଯୋଗଦେଇ କହିଲେ ଆଂଚଳିକ ଭାଷା ସାହିତ୍ୟର ଇଂରାଜୀ ଅନୁବାଦ ନହେଲେ ଏହା ଆନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ହୋଇପାରିବ ନାହିଁ କି ଏହାର ସୃଜନଶୀଲତା ବୃଦ୍ଧି ପାଇପାରିବ ନାହିଁ । ଅନ୍ୟତମ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାକ୍ତନ ଇଂରାଜୀ ବିଭାଗ ମୁଖ୍ୟ ରାମନାରାୟଣ ପଣ୍ଡା, ଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ସରୋଜ ମହାନନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟ ଓଡିଆ ବିଭାଗ ସହକାରୀ ପ୍ରଫେସର ରମେଶ ଚନ୍ଦ୍ର ମଲ୍ଲିକ ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ. ବିରଜା ପ୍ରସାଦ ରାଉତରାୟ ପ୍ରମୁଖ ଯୋଗଦେଇ କହିଲେ ପାରମ୍ପାରିକ ଭାଷା ସାହିତ୍ୟକୁ ଇଂରାଜୀରେ ଯଦି ଅନୁବାଦ କରାନଯିବ ତେବେ ତାହା ଆଂଚଳିକ ସ୍ତରରେ ସୀମିତ ହୋଇ ରହିଯିବ ।

ଆଂଚଳିକ ଭାଷା ସାହିତ୍ୟକୁ ଆନ୍ତର୍ଜାତୀୟ ସ୍ତରକୁ ନେବାକୁ ହେଲେ ଆଂଚଳିକ ଭାଷାର ଇଂରାଜୀ ଭାଷାରେ ଅନୁବାଦ ଅପରିହାର୍ଯ୍ୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡ. ରାମଚନ୍ଦ୍ର ବେହେରା, ପ୍ରଫେସର ନନ୍ଦ କିଶୋର ପରିଡା, ପ୍ରଫେସର ତପନ କୁମାର ପତି, ଡ. ଜ୍ୟୋତିର୍ମୟୀ ମହାପାତ୍ର, ପ୍ରଫେସର ରାଜେନ୍ଦ୍ର ମହାନ୍ତି, ପ୍ରଫେସର ମନୋଜ ମିଶ୍ର, ପ୍ରଫେସର ବିଶେଶ୍ୱର ପଟ୍ଟନାୟକ, ପ୍ରଫେସର ବିଧୁଭୂଷଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପିକା ପ୍ରଭାମୟୀ ସାମନ୍ତରାୟ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସୁଜାତା ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଅଚୁ୍ୟତାନନ୍ଦ ମହାରଣା, ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମଲ୍ଲିକ, ଅଧ୍ୟାପିକା ହିରନମୟୀ ସାମଲ, ଅଧ୍ୟାପିକା ଲିଜାଶ୍ରୀ ପ୍ରିୟଦର୍ଶିନୀ ସେଠୀ, ସ୍ନାତକୋତର ଇଂରାଜୀ ବିଭାଗ ଅତିଥି ଅଧ୍ୟାପକ ପ୍ରିୟାଂଶୁଶେଖର ରାଉତରାୟ ଓ ଅଧ୍ୟାପିକା ସୁଚେତା ପରିଜା ପ୍ରମୁଖ ସମ୍ପାନ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *