୧୮ରୁ କେନ୍ଦ୍ରାପଡ଼ା ଜିଲା ଚେସ ଚାମ୍ପିଅନସିପ୍ ଆରମ୍ଭ

କେନ୍ଦ୍ରାପଡ଼ା, ୦୬/୧୦/୨୦୨୫(ଓଡ଼ିଶା ସମାଚାର)-ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାପଡ଼ା ଚେସ ଆସୋସିଏସନ୍ ଅନୁକୁଲ୍ୟରେ କେନ୍ଦ୍ରାପଡ଼ା ଜିଲା ଚେସ ଚାମ୍ପିଅନସିପ୍ ତଥା ୫ମ ଡାକ୍ତର ବୈଷ୍ଣବ ପରିଡା ସ୍ମାରକୀ ଚେସ ଚାମ୍ପିଅନସିପ୍ -୨୦୨୫ ଚଳିତ ଅକ୍ଟୋବରମାସ ୧୮ ଓ ୧୯ ତାରିଖ ୨ଦିନ ବ୍ୟାପୀ ସ୍ଥାନୀୟ ଗରାପୁର ଡାକବଙ୍ଗଳାଛକ ସ୍ଥିତ ସ୍ୱୟଂସିଦ୍ଧା ହୋଟେଲରେ ଆୟୋଜିତ ହେବାକୁ ଯାଉଛି ।

ଏହି ଟୁର୍ଣ୍ଣାମେଂଟରେ କେବଳ କେନ୍ଦ୍ରାପଡ଼ା ଜିଲାର ସବୁ ବର୍ଗର ଖେଳାଳି ଭାଗ ନେଇ ପାରିବେ । ଖେଳାଳି ମାନେ ୧୭ ତାରିଖ ସକାଳ ୧୦ ଟା ମଧ୍ୟରେ ସେମାନଙ୍କର ନାମ ୯୯୩୭୪୬୬୭୫୫ ( ନାରାୟଣ ଦାସ) ,୯୩୩୭୩୯୫୦୦୪ ( ଲଲାଟ କେଶରୀ ସାମଲ)ମାଧ୍ୟମରେ ପଞ୍ଜୀକୃତ କରିପାରିବେ । ୭ ରାଉଣ୍ଡ ବିଶିଷ୍ଟ ଏହି ୨ ଦିନିଆ ମ୍ୟାଚ୍ ରେ ନାମ ପଞ୍ଜିକରଣ କରିବା ପାଇଁ ଖେଳାଳି ମାନଙ୍କୁ ୩ଶହ ଟଙ୍କା, ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ୨ଶହ ଟଙ୍କା ପ୍ରବେଶିକା ଶୁଳ୍କ ଦେବାକୁ ଥିବାବେଳେ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ କୌଣସି ଶୁଳ୍କ ଦେବା ପାଇଁ ପଡିବ ନାହିଁ । ଏହି ଟୁର୍ଣ୍ଣାମେଂଟରେ ମୋଟ ୨୫ହଜାର ଟଙ୍କା ନଗଦ ପୁରସ୍କାର ରାଶି, ଆକର୍ଷଣୀୟ ଟ୍ରଫି ଏବଂ ଦୁଇ ଦିନ ଧରି ସମସ୍ତ ଖେଳାଳିଙ୍କ ପାଇଁ ନିଶୁଳ୍କ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି ।

ଏହି ଟୁର୍ଣ୍ଣାମେଂଟକୁ ସମ୍ପୂର୍ଣ ନିରପେକ୍ଷ ଏବଂ ପ୍ରଭାବୀ କରିବା ପାଇଁ ଅନୁଷ୍ଠାନର ସଭାପତି କିଶୋର ପଣ୍ଡା ଏବଂ ସମ୍ପାଦକ ଭାବେଶ୍ ମହାନ୍ତି ଆଶାବ୍ୟକ୍ତ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂହ, ଉପସଭାପତି ଅମରେଶ ସାହୁ, ଲଲାଟ କେଶରୀ ସାମଲ, ଧରଣୀଧର ସେଠୀ, ଅନୁଷ୍ଠାନର କୋଷାଧ୍ୟକ୍ଷ ନାରାୟଣ ଦାସ, ସହ ସଂପାଦିକା ପିଙ୍କି ମହାପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ଗୋପିବଲ୍ଲଭ ନାୟକ ଓ ଶବ୍ରେ ହେମ୍ବ୍ରମ ବିଭିନ୍ନ ବିଭାଗର ଦାୟିତ୍ୱ ନେଇଛନ୍ତି ।

ଏହି ଅବସରରେ ଏକ ସ୍ୱାଗତ ସମିତି ଗଠନ କରାଯାଇଛି ଯେଉଁଥିରେ କେନ୍ଦ୍ରାପଡ଼ାର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଅଜିତ କୁମାର ସାହୁ ଅଧ୍ୟକ୍ଷ ଥିବା ବେଳେ ଯୁବନେତା ଶକ୍ତିଶ୍ରୀ ଲେଙ୍କା ସଂଯୋଜକ ଏବଂ ମୁକ୍ତିକାନ୍ତ ମହାପାତ୍ର, ଅସିତ୍ ମହାପାତ୍ର, ସ୍ୱୋପ୍ନଜିତ୍ ବାରିକ୍ , ଅନିଲ ଥାଟୋଇ, ଶିବାନୀ ଶଙ୍କର ଦାସ, ସଞ୍ଜିତ୍ ସାହୁ ପ୍ରମୁଖ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ଏହି ସମିତିରେ କିଶୋର ଦାସ ଓ ଗୌତମ ମଲ୍ଲିକଙ୍କୁ ଉପଦେଷ୍ଟା ଭାବେ ଏବଂ ଉପିନ ରାଉତ, ଗୀତାଞ୍ଜଳି ସେଠୀ,ସୁନାକର ବେହେରା,ଶଶାଙ୍କ ସେଠୀ ଓ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ବରିଷ୍ଟ ଉପଦେଷ୍ଟା ଭାବେ ଚୟନ କରାଯାଇଛି ।

ଏହି ୨ ଦିନ ବ୍ୟାପୀ ହେବାକୁ ଥିବା ମ୍ୟାଚ୍ ରେ ଅଧିକ ସାଂଖ୍ୟରେ ଖେଳାଳିମାନେ ଯୋଗ ଦେବାକୁ ଗଣମାଧ୍ୟମ ସଂଯୋଜକ ହିମାଂଶୁ ଶେଖର ନାୟକ ଓ ନେହେରୁ ସାହୁ ଏକ ପ୍ରେସ ବାର୍ତା ମାଧ୍ୟମରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *