ଗରଦପୁର,୨୪/୦୧/୨୦୨୬(ଓଡ଼ିଶା ସମାଚାର)- କୁଦାନଗରୀ ଥାନା ଅନ୍ତର୍ଗତ କଳାବୁଦା- ଗୋବିନ୍ଦପୁର ଚିତ୍ରୋପôଳା ନଦୀ ବନ୍ଧ ଛକରେ ବାଇକ୍ ଦୂର୍ଘଟଣା ଯୋଗୁ କଳାବୁଦା ଗ୍ରାମର ସଂଜୟ କୁମାର ଶତପଥି (୪୦) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଛି । ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଜଗବନ୍ଧୁ ବାରିକ(୩୫) ଙ୍କୁ ଗୁରୁତର ଅବସ୍ଥାରେ କଟକ ଅଶ୍ୱିନୀ ହସପିଟାକୁ ପଠାଯାଇଛି ।
ସୂଚନା ରୁ ପ୍ରକାଶ ଯେ ସଂଜୟ ଭୁବନେଶ୍ୱର ର ଇନଫୋସିସ୍ କମ୍ପାନୀରେ ଆଇଟି ପର୍ସୋନେଲ ଭାବରେ କାର୍ଯ୍ୟ କରୁଥିଲେ । ଘରକୁ ଆସିଥିବା ସଂଜୟ ଆଜି ଅପରାହ୍ନ ୪ ଟା ବେଳେ ନିଜ ବୁଲେଟ ମୋଟରସାଇକେଲ ରେ ଜଗବନ୍ଧୁଙ୍କୁ ସାଙ୍ଗରେ ନେଇ ଯାଉଥିଲେ । ଘରୁ ବାହାରିଯିବାର ମାତ୍ର ୫୦୦ ମିଟର ଦୂରରେ ଗୋବିନ୍ଦପୁର ଠାରେ ଚିତ୍ରୋପôଳା ନଦୀ ବନ୍ଧକୁ ଉଠିବା ସମୟରେ ନିଜର ଅସାବଧାନତା କାରଣରୁ ନଦୀ ବନ୍ଧରୁ ତଳକୁ ଖସିପଡ଼ିଥିଲେ । ବୁଲେଟ ବାଇକ୍ ସହ ସଂଜୟ ଓ ଜଗବନ୍ଧୁ ୩ ଗଡ଼ା ଦେଇ ନଦୀବନ୍ଧ ତଳେ ପଡ଼ିଥିଲେ । ଛାତିରେ ଗୁରୁତର ଆଘାତ ଲାଗିବାରୁ ଘଟଣାସ୍ଥଳରେ ସଂଜୟଙ୍କ ମୃତ୍ୟୁ ହୋଇ ଯାଇଥିଲା ।
ତାଙ୍କୁ ପାଟକୁରା ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ସଂଜୟଙ୍କୁ ମୃତ ଘୋଷଣା କରିଥିଲେ । ଦୂର୍ଘଟଣା ରେ ଗୁରୁତର ଥିବା ଜଗବନ୍ଧୁ ଙ୍କୁ କଟକ ଅଶ୍ୱିନୀ ହସପିଟାଲକୁ ପଠାଯାଇଥିଲା । ମୃତ ସଂଜୟଙ୍କର ପତ୍ନୀ, ଏକ ୯ ବର୍ଷର ଶିଶୁ ପୁତ୍ର ଓ ପିତା ମାତା ଅଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ଗ୍ରାମର ଶତାଧିକ ଯୁବକ ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିଥିଲେ । ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ସରପଂଚ ପ୍ରଜ୍ଞା ପ୍ରିୟଦର୍ଶିନୀ ଦାସ , ଚିତରଂଜନ ଚୌଧୁରୀ, ବିଜୟ ନାୟକ, ଜିଲା ପରିଷଦ ସଦସ୍ୟା ଡ଼ଲି ଶତପଥି, ପୂର୍ବତନ ସରପଂଚ ପ୍ରକାଶ ଚନ୍ଦ୍ର ସାହୁ , ବିଧାୟକ ଅରବିନ୍ଦ ମହାପାତ୍ର ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।
