ରାଉରକେଲା,୦୮/୯/୨୦୨୪ (ଓଡ଼ିଶା ସମାଚାର)- ସହରରେ ଡେଙ୍ଗୁ ଚିନ୍ତା ବଢାଉଥିବା ବେଳେ ସେକ୍ଟର ୫ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଥିବା କିଛି ବ୍ୟକ୍ତିଙ୍କୁ ଡେଙ୍ଗୁ ଜ୍ୱର ଗ୍ରାସ କରିଛି। ଏହି ସଂଖ୍ୟା ୬ କିମ୍ବା ୭ କୁ ବୃଦ୍ଧି ପାଇଛି ବୋଲି ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ। ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଥିବା ଗ୍ୟାରେଜ ଗୁଡ଼ିକରେ ଅତ୍ୟଧିକ ଅଳିଆ ଆବର୍ଜ୍ଜନା ଗଚ୍ଛିତ ରଖିବା, ଜାଗା ଗୁଡିକ ଅଧିକ ସନ୍ତସନ୍ତିଆ ରହିବା ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏଥିପ୍ରତି ଆରଏସପି ର ସହର ପ୍ରଶାସନ ଓ ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି। ଏଥିପାଇଁ ଆବଶ୍ୟକ ଜନସଚେତନତା ମଧ୍ୟ ଅଭାବ ରହିଛି। ଏହା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।