ଲଷ୍ମୀପୁର, ୦୬/୧୨/୨୦୨୩ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ପଞ୍ଚାୟତ ମଡାପଦର ଗାଁର ଜଣେ ୧୯ ବର୍ଷିୟା ଯୁବତୀ ସୋମବାର ଦିନ କିଟ ନାଶକ ଔଷଧ ଖାଇ ଗୁରୁତର ହୋଇଥିଲେ। ଏହା ଦେଖି ଯୁବତୀଙ୍କ ପିତା ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ସେହି ସମୟରେ ଆମ୍ବୁଲାନ୍ସ ନଥିବାରୁ ସିଏ ଚିନ୍ତାରେ ପଡି ଯାଇଥିଲେ। ଠିକ ସେହି ସମୟରେ ବନ୍ଧୁଗାଁ ରାଜସ୍ବ ନିରୀକ୍ଷକ ତାଙ୍କ ସମୁଖରେ ଭଗବାନ ଙ୍କ ରୂପରେ ପହଂଚି ଯାଇଥିଲେ। ସିଏ ଯୁବତୀଙ୍କୁ ନିଜର ବାଇକରେ ଧରି ବନ୍ଧୁଗାଁ ଡାକ୍ତରଖାନାରେ ଠିକ ସମୟରେ ନେଇ ପହଞ୍ଚାଇବାରୁ ଯୁବତୀଙ୍କ ଜୀବନ ବଂଚି ଯାଇଛି।
ହେଲେ କୀଟନାଶକ ଖାଇବାର କାରଣ କଣ ତାହା ଏଯାଏଁ ଜଣା ପଡିନି। ପ୍ରାପ୍ତ ସୁଚନା ଅନୁଯାଇ ଆଚନା ମାଣ୍ଡିଙ୍ଗି ଙ୍କ ଝିଅ ସୁଶା ମାଣ୍ଡିଙ୍ଗି (୧୯) କୌଣସି କାରଣ ବଶତଃ କୀଟନାଶକ ଔଷଧ ଖାଇ ଦେଇଥିଲା। ଝିଅ ଛଟପଟ ହେଉଥିବା ଦେଖି ଆଚନା ଆମ୍ବୁଲାନ୍ସ କୁ ଫୋନ କରିଥିଲେ। ହେଲେ ସେହି ସମୟରେ ଆମ୍ବୁଲାନ୍ସ ନଥିବା କରଣରୁ ସିଏ ଚିନ୍ତାରେ ପଡି ଯାଇଥିଲେ। ଠିକ୍ ସେହି ସମୟରେ ବନ୍ଧୁଗାଁ ରାଜସ୍ବ ନିରୀକ୍ଷକ ମାନସ ରଞ୍ଜନ ଜାନି ତହସିଲଦାର ଙ୍କ ସହ କିମଜମ୍ ବାତ୍ୟା ପାଇଁ ଚାଷୀଙ୍କୁ ସଚେତନ କରିବାକୁ ଯାଇଥିଲେ। ଖବର ପାଇଁ ତହସିଲଦାର ତାଙ୍କୁ ଯୁବତୀଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ କହିବାରୁ ଶ୍ରୀଯୁକ୍ତ ଜାନି କିଛି ଚିନ୍ତା ନକରି ଆଚନା ଙ୍କ ଘରକୁ ଯାଇ ମଟର ସାଇକଲ ଯୋଗେ ଯୁବତୀଙ୍କୁ ନେଇ ବନ୍ଧୁଗାଁ ଡାକ୍ତରଖାନାରେ ଭର୍ତି କରାଇଥିଲେ। ରାଜସ୍ବ ନିରୀକ୍ଷ ଙ୍କ ମାନବିକତା ପାଇଁ ଜଣେ ଯୁବତୀଙ୍କ ଜୀବନ ବଂଚି ଯାଇଥିବାରୁ ସବୁ ମହଲରେ ତାଙ୍କୁ ପ୍ରଶଂସା କରାଯାଛି।