ଯୁବ ଭାରତ କୃଷକ ସଂଘ ଜିଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା,୦୯/୦୪/୨୦୨୪ (ଓଡ଼ିଶା ସମାଚାର)- ଯୁବ ଭାରତ କୃଷକ ସଂଘ, କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ଏକ ୧୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବି ଗୁଡିକ ମଧ୍ୟରେ କୃଷକର ଜଳ, ଜମି ଓ ଜମା ସଙ୍କଟ ଦୂର କରାଯିବା ସହ ସାମାଜିକ ସୁରକ୍ଷା ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ବିଚାର, କୃଷକମାନଙ୍କୁ ୫୦ବର୍ଷରେ ଭତା ପ୍ରଦାନ ଏବଂ କୃଷି ବୀମାର ସହଜ ଉପଲବ୍ଧ, ନିଶୁଳ୍କ ଉତମ ସ୍ୱାସ୍ଥ୍ୟସେବା ଏବଂ ଅନୁଦାନ ଯୁକ୍ତ ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା, ଅଣକୃଷକଙ୍କୁ କୃଷକ ବର୍ଗରୁ ବାଦ ଓ ଯୋଜନାରୁ ବଂଚିତ କିମ୍ବା ଅବହେଳିତ କୃଷକମାନଙ୍କୁ ସାମିଲ, କୃଷକର ଅଭିଯୋଗ ଓ ଅଧିକାରର ତ୍ୱରିତ ବିଚାର ଏବଂ କୃଷି ଯୋଜନାରେ ଦୁର୍ନୀତିର ବିଚାର ପାଇଁ କୃଷି ଆୟୋଗ ଗଠନ, କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରୟ ପାଇଁ ସ୍ଥାୟୀ ଓ ସୁନିଶ୍ଚିତ ସରକାରୀ ପରିଚାଳିତ ବଜାର ବ୍ୟବସ୍ଥା, ଫସଲ ଉତ୍ପନ୍ନ ଅଂଚଳରେ ଅପରାହ୍ନ ବିକ୍ରୟ କେନ୍ଦ୍ରକୁ ମଞ୍ଜୁରୀ, ପୁରୁଣା ଋଣ ଛାଡ, ଋଣ ଖିଲାପି ଚାଷୀଙ୍କୁ ପୁନଃ ଋଣ ଯୋଗାଣ ଓ କୃଷି ଆଧାରିତ ଶିଳ୍ପ ପ୍ରତିଷ୍ଠାରେ କୃଷକ ପରିବାରକୁ ଅଗ୍ରାଧିକାର ପ୍ରଦାନ, ପ୍ରତି ବ୍ଲକରେ ସରକାରୀ ଶୀତଳଭଣ୍ଡାର ପ୍ରତିଷ୍ଠା, ଏକାଧିକ କାଞ୍ଜିଆହୁଦା ପ୍ରତିଷ୍ଠା, ମାଗଣା ଜଳ ଓ ବିଦୁ୍ୟତ ଯୋଗାଣ ସହ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ, ଉଦବୃତଜଳ ଓ ବନ୍ୟା ଜଳ ନିଷ୍କାସନ ସହ ତାର ଉପଯୋଗ ପାଇଁ ପଦକ୍ଷେପ, ଚାଷ ଜମିରୁ ମୃତିକା ଚାଲାଣ ନିଷେଧ ଓ ଗୋଚର ଜମି ବୃଦ୍ଧି, ବିଭିନ୍ନ ମଣ୍ଡିମାନଙ୍କରେ ଚାଷୀର ବାକିଆ ପ୍ରାପ୍ୟ ତୁରନ୍ତ ପ୍ରଦାନ, ବେଣାମାଡି ଯାଇଥିବା ଚାଷ ଜମିର ପୁନରୁଦ୍ଧାର ଓ ଆର୍ଥିକ ସହାୟତା ପ୍ରଦାନ ଏବଂ କୃଷକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ପ୍ରଭୃତି ଦାବି ଗୁଡିକ ରହିଛି । ସଂଘ ପକ୍ଷରୁ କୁହାଯାଇଛି ଯେ ଓଡିଶାର କୃଷକମାନେ ଦେଶର ଅତ୍ୟନ୍ତ ଦୁର୍ବଳ ଶ୍ରେଣୀର ହୋଇଥିବାରୁ ସେମାନଙ୍କର ନାର୍ଯ୍ୟ ଦାବି ଗୁଡିକ ତୁରନ୍ତ ପୁରଣ କରାଯିବା ପାଇଁ ସେମାନେ ରାଜ୍ୟ ସରକାରଙ୍କ ପାଖରେ ନ୍ୟାୟ ଭିକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସଂଘର ଜିଲା କମିଟି ଉପଦେଷ୍ଟା କିଶୋର ଚନ୍ଦ୍ର ମିଶ୍ର, ସଭାପତି ରଞ୍ଜନ କୁମାର ରାଉତ, ଉପସଭାପତି ମୀନତି ସୁନ୍ଦରରାୟ, ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର ଓ ସନ୍ତୋଷ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *