ଭୁବନେଶ୍ୱର,୨୪/୦୧/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ କଡା ନିର୍ଦେଶ ଯେ ଏଣିକି ସୋମବାର କୌଣସି ସରକାରୀ ବୈଠକ ହେବନାହିଁ । ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବ ଏଥିନେଇ ନିର୍ଦେଶ ଜାରି କରିଛନ୍ତି ।
ପ୍ରତ୍ୟେକ ସୋମବାର ଦିନ ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହୁଥିବାରୁ ଏଭଳି ନଷ୍ପତିି ନିଆଯାଇଛି । ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏନେଇ ସଚିବ ସ୍ତରୀୟ ବୈଠକରେ ଆଲୋଚନା ହେବା ପାଇଁ ନିର୍ଦେଶ ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହା ସହ ପ୍ରତ୍ୟେକ ମାସ ତୃତୀୟ ଶନିବାର ଭିତିିଭୂମି ପ୍ରକଳ୍ପର ସମୀକ୍ଷା କରାଯିବାକୁ କୁହାଯାଇଛି । ଏହି ଦିନ ୧୦ରୁ ୧୧ଟି ପ୍ରକଳ୍ପର ସମୀକ୍ଷା କରାଯିବ ।
ଏଣିକି ସୋମବାର ବସିବନି ସରକାରୀ ବୈଠକ
