ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନ ୧୭/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ସପ୍ତାହେ ହେଲା ଚାଲିଥିବା ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଉଦଯାପିତ ହୋଇଯାଇଛି । ଟ୍ରେନର ପ୍ରମୋଦିନୀ ମାଝୀ ଛାତ୍ରୀ ମାନଙ୍କୁ ଜୁଡୋ, କରାଟେ ପ୍ରଶିକ୍ଷଣ ଦେଇଥିଲେ ।

ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ଡ଼ଃ ପ୍ରଭାତ କୁମାର ଆଚାର୍ଯ୍ୟ, ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ, ବାସୁଦେବ ସାହୁ, ପ୍ରଭାତ କୁମାର ଜେନା, ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର, ମୂଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା, ଅଧ୍ୟାପିକା ଋତୁପର୍ଣ୍ଣା ସାହୁ, ଅଧ୍ୟାପିକା ପୂଜାରାଣୀ ଜେନା ଓ ଆତ୍ମ ରକ୍ଷା ତାମିଲ ସଂଜୋଜିକା ଖିରାବ୍ଧି ତନୟା ସାହୁ ଉପସ୍ଥିତ ରହି ଏହାର ସୁଫଳ କାମନା କରିଥଲେ। ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *