ଆଜି ଠାରୁ ଯୁକ୍ତ ଦୁଇ କଲେଜରେ ଆରମ୍ଭ ହେଲା ନିଟ  ଓ ଜେଇ କୋଚିଂ

ନିରାକାରପୁର, ୦୪/୦୧/୨୦୨ ୪ (ଓଡ଼ିଶା ସମାଚାର)- ଆଜି ଠାରୁ  ଆରମ୍ଭ ହୋଇଛି ଯୁକ୍ତ ଦୁଇ କଲେଜରେ ନିଟ  ଓ ଜେଇ କୋଚିଂ। ଭର୍ଚୁଆଲରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ପାଇଛନ୍ତି  କୋଚିଂ। ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଆରମ୍ଭ ହୋଇଛି କୋଚିଂ । ଏଥିଲାଗି କଲେଜରେ ସ୍ମାର୍ଟ ଟିଭି ଓ ଇଟ୍ରାକ୍ଟିଭ ପାନେଲ ଇଷ୍ଟାଲ   କରାଯାଇଛି । ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE ରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ପ୍ରତିଦିନ କୋଚିଂ କ୍ଲାସର ଉପସ୍ଥାନ ସମ୍ପର୍କରେ ନୋଡାଲ ଅଫିସର ନିର୍ଦ୍ଦେଶାଳୟକୁ ଅବଗତ କରାଇବେ । ଅନଲାଇନ୍ କ୍ଲାସ ସମୟରେ କଲେଜ୍ କର୍ତ୍ତୃପକ୍ଷ ପିଲାଙ୍କୁ ସହାୟତା କରିବାକୁ ମେଣ୍ଟର ଟିଚରଙ୍କୁ ନିଯୁକ୍ତ କରାଯାଇଛି । ଏହି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ପୂଜାପାଠ କରି ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି  ଆରମ୍ଭ କରିବା ସହିତ ଏହି କୋଚିଂ ଗ୍ରହଣ କରି ନିଜର ଭବିଷ୍ୟତ ଗଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଜମ୍ବେଶ୍ଵର ଜୁଝାରସିଂହ, ମନମୋହନ ନାୟକ ଓ ବିଶ୍ୱଜିତ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *