ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

 ଭୁବନ, ୨୧/୧୧/୨୦୨୩ (ଓଡ଼ିଶା ସମାଚାର)- ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୋଥାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ର ବିବରଣୀ ଯଥା – କ୍ରୀଡା,ସାଂସ୍କୃତିକ,ସମାଜ ସେବା ସଂପର୍କ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ସଂସ୍କୃତ ବିଭାଗ ଅଧ୍ୟାପିକା ଶ୍ରୀମତୀ ସୂପ୍ତିମୟୀ ସେନ କ୍ରୀଡା ବିଭାଗ ପାଇଁ କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ବାସନ୍ତୀ ବେହେରା,ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅର୍ଥନୀତି ଅଧ୍ୟାପିକା ଶ୍ରୀମତୀ ମଞ୍ଜୁଶା ମଞ୍ଜରୀ ମିଶ୍ର ଓ ସାମାଜିକ ସେବା ପାଇଁ ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ନମିତା ଦ୍ବିବେଦୀ ଙ୍କୁ ଚୟନ କରାଯାଇ ଦାୟିତ୍ଵ ଅର୍ପଣ କରିଥିଲେ। ଏହି ଉଦଘାଟନୀ ଉତ୍ସବ ରେ ଇତିହାସ ଅଧ୍ୟାପକ ଶାନ୍ତନୁ କୁମାର ମିଶ୍ର,ବାଣିଜ୍ୟ ଅଧ୍ୟାପକ ସୁଧାଂଶୁ ଶେଖର ଓଝା,ସୁଧାଂଶୁ ଶେଖର ବେହେରା ,ଶିକ୍ଷା ବିଭାଗ ର ସୁରେନ୍ଦ୍ର କୁମାର ଗୁରୁ ପ୍ରମୁଖ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ। ଯୁକ୍ତ ଦୁଇ କଳା,ବାଣିଜ୍ୟ ବିଭାଗ ର ସମସ୍ତ ଛାତ୍ରୀ ଯୋଗଦେଇଥିଲେ । ଛାତ୍ରୀ ପ୍ରତିନିଧି ଭାବେ ସୁସ୍ମିତା ଖୁଣ୍ଟିଆ, ସଂଯୁକ୍ତା ନାୟକ,ଦିପ୍ତିରାଣି ପଣ୍ଡା ଓ ସ୍ଵପ୍ନ ସାହୁ ଙ୍କୁ ଚୟନ କରାଯାଇ ଦାୟିତ୍ଵ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *