ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଇଂରାଜୀ ଭାଷା ସମୃଦ୍ଧି ପାଠ୍ୟକ୍ରମ କାର୍ଯ୍ୟକ୍ରମର ଆୟୋଜନ

ଭୁବନେଶ୍ୱର, ୨୨/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ଭାଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ଵାରା ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଇଂରାଜୀ ଭାଷା ସମୃଦ୍ଧି ପାଠ୍ୟକ୍ରମ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ବେଙ୍ଗାଲୁରୁ ସ୍ଥିତ ଅଜିମ୍ ପ୍ରେମଜୀ ବିଶ୍ବବିଦ୍ୟାଳୟର ସହଭାଗିତାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଇଂରାଜୀ ଭାଷାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ଏହି ତାଲିମ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଗତ ଜୁଲାଇ ମାସରେ ୩୦ ଟି ଜିଲ୍ଲାରୁ ୨ ଜଣ ଲେଖାଏଁ ମୋଟ୍ ୬୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମାଷ୍ଟର ଟ୍ରେନର୍ ଭାବରେ ତାଲିମ୍ ଦିଆଯାଇଥିଲା । ବର୍ତ୍ତମାନ ଏହି ୬୦ ଜଣ ମାଷ୍ଟର୍ ଟ୍ରେନର ,୩୧୪ ଟି ବ୍ଲକର ୫୦୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ରାଜ୍ୟର ୧୦  ଟି ଜିଲ୍ଲାରେ ଯଥା- ଖୋର୍ଦ୍ଧା, କଟକ, ଅନୁଗୁଳ, ବାଲେଶ୍ବର, ମୟୂରଭଞ୍ଜ, କଳାହାଣ୍ଡି, କୋରାପୁଟ, ଝାରସୁଗୁଡ଼ା, ବରଗଡ଼ ଓ ଗଞ୍ଜାମରେ ତାଲିମ୍ ପ୍ରଦାନ କରୁଛନ୍ତି।

ପ୍ରଥମ ତାଲିମ୍ ଅଧିବେଶନ ନଭେମ୍ବର ୧୮ ରୁ ଆରମ୍ଭ ହୋଇ ନଭେମ୍ବର ୨୨ ଯାଏଁ ଚାଲିଥିଲା। ଆଗାମୀ ୯ ସପ୍ତାହ ବ୍ୟାପୀ ଉଭୟ ଆଭାସୀ ଓ ପ୍ରତ୍ୟେକ୍ଷ ଉପସ୍ଥିତିରେ ଏହି ତାଲିମ୍ କାର୍ଯ୍ୟକ୍ରମ ଚାଲିବ ।  ସୂଚନାଯୋଗ୍ୟ, ରାଜ୍ୟ ଭାଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ସୁମିତା ଦାସ ଓ ଅଜିମ୍ ପ୍ରେମଜୀ ବିଶ୍ବବିଦ୍ୟାଳୟର ପ୍ରଶିକ୍ଷକ ଜେନି ଆଲେକ୍ସ  ବିଭିନ୍ନ ଜିଲ୍ଲା ଯାଇ ଏହି ତାଲିମ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିଥିଲେ।

-0-

ରୋଜାଲିନ୍ ସାହୁ ,ଲୋକସମ୍ପର୍କ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *